ଘେରିଲେ ଲୋକ, ବାଲିଘାଟରୁ ମାଫିଆ ଚମ୍ପଟ୍

ବେଆଇନ ବାଲି ଚାଲାଣକୁ ବିରୋଧ । ସୋନନଦୀ ନୂଆଗାଁ ବାଲିଘାଟରେ ପଶି ବାଲି ଉତ୍ତୋଳନ ରୋକିଲେ ଗାଁର ଲୋକ , ଅଟକାଇଲେ ଜେସିବି । ଘଟଣାସ୍ଥଳରୁ ବାଲି ମାଫିଆ ଫେରାର୍ । 

Sand mafia, dhenkanal

Sand mafia, dhenkanal Photograph: (KanakNews)

କନକ ବ୍ୟୁରୋ:  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଣିଆପଡ଼ା ଗାଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଭାରୀଯାନ ଚଳାଚଳ କରୁଛି । ବାଲି ବୋଝେଇ ଗାଡ଼ି ଯିବାରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଗଲାଣି । ପରିସ୍ଥିତି ଏପରି ହୋଇଛି ଯେ ଗାଁକୁ ଆମ୍ବୁଲାନ୍ସ କି ଗ୍ୟାସ୍ ଗାଡ଼ି ଭଳି ଜରୁରୀକାଳୀନ ସେବା ପହଞ୍ଚିପାରୁନି । ଯେଉଁ ଗାଡ଼ି ଯାଉଛି ତାହା ଅଧିକାଂଶ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି । ତଥାପି ପ୍ରଶାସନର ନଜର ପଡ଼ୁନାହିଁ । ତେଣୁ ବାଲି ଗାଡ଼ି ଯାଉଥିବା ୨ଟି ରାସ୍ତାକୁ ଜେସିବିରେ ଖୋଳି ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।

ବଣିଆପଡ଼ା ଗାଁ ନିକଟରେ ପୋଡ଼ାପଡ଼ା ଓ ଗୁଣଦେଇ ଭଳି ୨ଟି ସ୍ବୀକୃତିପ୍ରାପ୍ତ ବାଲିଘାଟ ରହିଛି । ପୂର୍ବରୁ ଗୁଣଦେଇ ବାଲିଘାରୁ ବାଲି ଉତ୍ତୋଳନ ସମୟରେ ରାସ୍ତାକୁ ନିୟମିତ ମରାମତି କରାଯାଉଥିଲା । ହେଲେ ୩ ବର୍ଷ ହେଲା ପୋଡ଼ାପଡ଼ା ବାଲିଘାଟ ଆରମ୍ଭ ହେବା ଦିନଠୁ ରାସ୍ତା ମରାମତି ହେଉନାହିଁ । ଏପଟେ ଉଭୟ ବାଲିଘାଟକୁ ଏନେଇ ତାଗିଦ୍ କରାଯାଇଥିବା କହିଛନ୍ତି ଜିଲ୍ଲା ଖଣି ଅଧିକାରୀ । ଏହାସହ ତୁରନ୍ତ ରାସ୍ତା ମରାମତି କରିବା ସହ ବାଲି ଉତ୍ତୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe