କନକବ୍ୟୁରୋ :  ବେଳେ ବେଳେ ଏମିତି କିଛି ଘଟଣା ଆଖି ସାମ୍ନାରେ ଦେଖିବା ପରେ ହୋସ ଉଡିଯାଏ , ସେମିତି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଦେଖିବା ପରେ ଆମେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଚକିତ ହୋଇଯାଇଥିଲୁ କାରଣ  ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ବିଦ୍ୟୁତ ବିଭାଗର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବିଦ୍ୟୁତ୍ ବିଭାଗ ଏକ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ୭୯୯ କୋଟି ଟଙ୍କାର ଏକ ବିଦ୍ୟୁତ୍ ବିଲ୍ ଦେଇଛନ୍ତି  । ଆଉ ସେହି  ବିଦ୍ୟୁତ୍ ବିଲ୍ ଦେଖିବା ପରେ ଅଧ୍ୟକ୍ଷଙ୍କ ହୋସ ପୁରା  ଉଡିଯାଇଛି | 

Advertisment

ଅଧ୍ୟକ୍ଷ କହିଛନ୍ତି ଯେ ସେ ନୁହେଁ ତାଙ୍କ ପରିବାର ସମଗ୍ର ସମ୍ପତ୍ତି ବିକ୍ରି କରିଦେଲେ ବି ସେମାନେ ବିଲ୍ ପରିଶୋଧ କରିପାରିବେ ନାହିଁ । ସେ କହିଛନ୍ତି ଯେ ବିଦ୍ୟୁତ୍ ବିଲ୍ ସଂଶୋଧନ ପାଇଁ ସେ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ବିଲ୍ ସଂଶୋଧନ ହୋଇନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ ବିଲାରିଆଗଞ୍ଜ ଥାନା ଅଞ୍ଚଳର ଡାକ୍ତର ବିଜେନ୍ଦ୍ର ରାୟ ତରୱାନ ଅଞ୍ଚଳର ଏକ ଡିଗ୍ରୀ କଲେଜରେ ପ୍ରିନ୍ସିପାଲ ଭାବରେ କାର୍ଯ୍ୟରତ ରହିଛନ୍ତି । ସେ ଏକ ବର୍ଷ ପୂର୍ବେ ଏକ ଘର ନିର୍ମାଣ କରିଥିଲେ । ନିର୍ମାଣ ସମୟରେ, ସେ ମାଆ ସାଧନା ରାୟଙ୍କ ନାମରେ ଏକ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେଇଥିଲେ। ଯେପର୍ଯ୍ୟନ୍ତ ଏକ ଅସ୍ଥାୟୀ ସଂଯୋଗ ଥିଲା, ସେ ପର୍ଯ୍ୟନ୍ତ ବିଲ୍ ସଠିକ୍ ଭାବରେ ଆସୁଥିଲା । କିନ୍ତୁ ଏହା ପରେ, ଯେତେବେଳେ ବିଭାଗ ତାଙ୍କୁ ସ୍ଥାୟୀ ସଂଯୋଗ ଦେଲା , ପ୍ରଥମ ମାସରେ ବିଦ୍ୟୁତ୍ ବିଲ୍ ଆସିଗଲା  ଏବଂ  ସେହି ବିଲ ଆସିବା ପରେ , ବିଲ ଦେଖି ଅଧ୍ୟକ୍ଷ ଙ୍କ ହୋସ ପୁରା ଉଡିଗଲା , ।

ସୁଚନା ଅନୁୟାୟୀ  ଗତ ୬ ମାସର ବିଦ୍ୟୁତ୍ ବିଲ୍ ୭୯୯ କୋଟି ଟଙ୍କା ଆସିଛି। ଯାହା ପରେ ଡକ୍ଟର ବିଜେନ୍ଦ୍ର ରାୟ ମୌଖିକ ଅଭିଯୋଗ କରିବା ପରେ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ । ବିଜେନ୍ଦ୍ର ରାୟ କହିଛନ୍ତି ଯେ ବିଦ୍ୟୁତ ବିଭାଗ  ପ୍ରତ୍ୟେକ ଥର ପ୍ରତିଶ୍ରୁତି ଦେଇ ଆସୁଛି ଯେ ଆଗାମୀ ମାସରେ ସଂଶୋଧନ କରାଯିବ କିନ୍ତୁ ଆଜି ୬ ମାସ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ ।

କିନ୍ତୁ ଏହି ଘଟଣା ପରେ ଗୋଟିଏ କଥା ତ ସ୍ପଷ୍ଟ ହେଉଛି ଏତେ ବଡ ତ୍ରୁଟି କିପରି ଭାବରେ  ଗୋଟିଏ ବିଦ୍ୟୁତ ବିଭାଗ କରିପାରିଛୁ ? କିନ୍ତୁ ଏହି ଘଟଣା ଏକ ସାଧାରଣ ଘଟଣା ନୁହେଁ ଯଦି ଅଧ୍ୟକ୍ଷ ଜଣଙ୍କ ଏପରି ବିଲ ଆସୁଛି ତାହା କଣ କୌଣସି ବିରାଟ ତ୍ରୁଟି ଠୁ କମ ନୁହେଁ , କିନ୍ତୁ ଏହା ପରେ ଆହୁରି ଗୋଟିଏ ପ୍ରଶ୍ନ ଉଠୁଛି ଏହି ବିଲ ଆସିବା ପରେ ତ୍ରୁଟି ସଂଶୋଧନ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହାର ତ୍ରୁଟି ସଂଶୋଧନ କରାଯାଉନାହିଁ ତାହା ଏବେ ପୁରା ବିଭାଗ ଉପରେ ପ୍ରଶ୍ନବାଚୀ ? ……..