ଜଣେ ଗୁରୁଙ୍କ ଦୁଇ ଧୁରନ୍ଦର ଶିଷ୍ୟ ; ପଡିଆରେ ମାରୁଥିଲେ ଚୌକା ,ଛକ୍କା । ହେଲେ ଆଜି ଜଣେ କୋଟିପତି, ଆଉ ଜଣେ ହତାସ୍ କାହିଁକି?

ଦୁଇ କ୍ରିକେଟରଙ୍କର ଜଣେ ଗୁରୁ ରମାକାନ୍ତ ଅଚରେକର । ବିନୋଦ ଓ ସଚ୍ଚିନ ଦୁଇଜଣ ପିଲାଦିନର ସାଙ୍ଗ। ଦୁଇଜଣ ଧୁରନ୍ଦର କ୍ରିକେଟର। ହେଲେ ସମୟ ସ୍ରୋତରେ ଦୁଇଜଣଙ୍କ ଜୀବନରେ କିନ୍ତୁ ଆସିଛି ବିରାଟ ପରିବର୍ତ୍ତନ।

51guru

କନକ ବ୍ୟୁରୋ: ଜଣେ ଗୁରୁଙ୍କଠାରୁ ଟ୍ରେନିଙ୍ଗ ନେଇ କ୍ରିକେଟ ଜଗତରେ ଜୋରଦାର ଡେବ୍ୟୁ କରିଥିବା ବିନୋଦ କାମ୍ବଲି ଓ ସଚ୍ଚିନ ତେନ୍ଦୁଲକର ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା। କେବେ କୋଟି କୋଟି ଟଙ୍କାର ମାଲିକ ଥିବା ବିନୋଦ କାମ୍ବଲି ଆଜି ଅତି ଦୟନୀୟ ଜୀବନ ବଞ୍ଚୁଥିବାବେଳେ ସଚ୍ଚିନ କିନ୍ତୁ ହଜାରେ କୋଟିର ମାଲିକ। ହେଲେ ଏମିତି କାହିଁକି?


କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ କ୍ରିକେଟର ବିନୋଦ୍ କାମ୍ବଲି । କିଛି ଦିନ ତଳେ ଏକ ଇଭେଣ୍ଟ  ଅବସରରେ ସଚ୍ଚିନ ତେନ୍ଦୁଲକରଙ୍କ ତାଙ୍କର ଏକ ସାକ୍ଷାତ ବେଶ୍ ଭାଇରାଲ ହେଲା । ଇଭେଣ୍ଟରେ ସଚ୍ଚିନ ଫିଟ ଦେଖାଯାଉଥିବାବେଳେ ବିନୋଦ କାମ୍ବଲିଙ୍କୁ  ଅତି ଖରାପ ସ୍ଥିତିରେ ଦେଖିବାକୁ ମିଳିଥିଲା । କେବଳ ସ୍ବାସ୍ଥ୍ୟ ନୁହେଁ ବରଂ ସମ୍ପତ୍ତିରେ ବି ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ । ସଚ୍ଚିନ ତେନ୍ଦୁଲକର ଅମାପ ସମ୍ପତ୍ତିର ମାଲିକ ହୋଇଥିବାବେଳେ ବିନୋଦ କିନ୍ତୁ ଅତି ଦୁଃସ୍ଥ ଅବସ୍ଥାରେ ଜୀବନ କାଟୁଛନ୍ତି ।

ଦୁଇ କ୍ରିକେଟରଙ୍କର ଜଣେ ଗୁରୁ ରମାକାନ୍ତ ଅଚରେକର । ବିନୋଦ ଓ ସଚ୍ଚିନ ଦୁଇଜଣ ପିଲାଦିନର ସାଙ୍ଗ। ଦୁଇଜଣ ଧୁରନ୍ଦର କ୍ରିକେଟର। ହେଲେ ସମୟ ସ୍ରୋତରେ ଦୁଇଜଣଙ୍କ ଜୀବନରେ କିନ୍ତୁ ଆସିଛି ବିରାଟ ପରିବର୍ତ୍ତନ। ସଚ୍ଚିନ ତେନ୍ଦୁଲକର ୧୯୮୯ରେ ନିଜର ଡେବ୍ୟୁ କରିଥିବାବେଳେ ବିନୋଦ କାମ୍ବଲି ୧୯୯୧ରେ ଟିମ ଇଣ୍ଡିଆରେ ଏଣ୍ଟ୍ରି କରିଥିଲେ। ସେ ସମୟରେ ଦୁହିଁଙ୍କ ତୁଳନା କରାଯାଉଥିଲା। ବ୍ୟାଟିଂରେ ଦୁହିଁଙ୍କ ପରାକ୍ରମ ପୁରା ଅଲଗା ଥିଲା। ସମସ୍ତଙ୍କ ମୁହଁରେ ଏହି ଦୁଇ କ୍ରିକେଟରଙ୍କ ପ୍ରଶଂସା। ହେଲେ ଦେଖୁଦେଖୁ ପରିସ୍ଥିତି ପରା ବଦଳିଗଲା। ଯେଉଁଠି ସଚ୍ଚିନ ସଫଳତାର ଶିଖର ପହଞ୍ଚି ଗଲେ ବିନୋଦ କାମ୍ବଲି କିନ୍ତୁ ଅଭାବର ଜୀବନ କାଟିବାକୁ ବାଧ୍ୟ ହେଲେ।

ଏବେ ସଚ୍ଚିନ ଦୁନିଆଁର ସବୁଠୁ ଧନୀ କ୍ରିକେଟର ଭାବେ ଗଣା ହେଉଛନ୍ତି । ରିପୋର୍ଟ ମୁତାବକ, ସଚ୍ଚିନଙ୍କ ପାଖରେ ପାଖାପାଖି ୧୪୦୦ କୋଟିର ସ୍ଥାବେର ଅସ୍ଥାବର ସମ୍ପତ୍ତି ରହିଛି । ସେ କ୍ରିକେଟରରୁ ସନ୍ନ୍ୟାସ ନେଇସାରିଥିଲେ ବି ଏଣ୍ଡୋର୍ସମେଣ୍ଟ ଜରିଆରେ ସେ ମୋଟା ଅଙ୍କର ଅର୍ଥ । ରୋଜଗାର କରୁଛନ୍ତି । ଏହାବ୍ୟତୀତ ଦେଶରୁ ଆରମ୍ଭ କରି ବିଦେଶରେ ମଧ୍ୟ ତାଙ୍କର ଆଲିଶାନ୍ ଘର ରହିଛି । ତାଙ୍କର ବିଜନେସ୍ ୱାର୍ଲ୍ଡ ବି କିଛି କମ୍ ନୁହେଁ । ସଚ୍ଚିନଙ୍କର କ୍ଲଥିଙ୍ଗ ବ୍ରାଣ୍ଡ ଟ୍ରୁ ବ୍ଲଚ ଠୁ ଆରମ୍ଭ କରି ମୁମ୍ବାଇ ଓ ବେଙ୍ଗାଲୁରୁରେ ରେଷ୍ଟୁରାଣ୍ଟରୁ ମଧ୍ୟ ରୋଜଗାର ହେଉଛି। ସଚ୍ଚିନଙ୍କ ପାଖରେ ରହିଛି ଅଧିକାଂଶ ଦାମୀ କାର। 

କିନ୍ତୁ କାମ୍ବଲିଙ୍କ ଅବସ୍ଥା ପୁରା ବିପରୀତ । ଦିନ ଥିଲା ସୁନା ଥାଳିରେ ଖାଉଥିଲେ କମ୍ବଲି । ଏବେ କିନ୍ତୁ ଭାରି କଷ୍ଟକର ଜୀବନ ବଞ୍ଚୁଛନ୍ତି । କ୍ରିକେଟ ପିଚରେ ଧୂଆଁ କରୁଥିବା ବିନୋଦଙ୍କ ପାଖରେ ବି ଥିଲା କୋଟି କୋଟି ଟଙ୍କାର ସମ୍ପତ୍ତି । ତାଙ୍କର କ୍ରିକେଟ କ୍ୟାରିଅର ସଫଳତାର ଶିଢି ଚଢୁଥିବାବେଳେ ତାଙ୍କ ପାଖରେ ଥିଲା ପାଖାପାଖି ୧ ହଜାର କୋଟିରୁ ଅଧିକ ସମ୍ପତ୍ତି । କିନ୍ତୁ ସମୟ ସ୍ରୋତରେ ଏଭଳି ସ୍ଥିତି ହେଲା ଯେ ୨୦୨୨ ବେଳକୁ ତାଙ୍କ ପାଖରେ ରହିଗଲା ମାତ୍ର ୪ ଲକ୍ଷ ଟଙ୍କା। ଏବେ ତ ତାଙ୍କ ଅବସ୍ତା ଏତେ ଖରାପ ଯେ ବିସିସିଆଇଠାରୁ ମିଳୁଥିବା ୩୦ ହଜାର ଟଙ୍କାର ପେବନସନରେ ହିଁ ଚଳୁଛନ୍ତି ବୋଲି ସୂଚନା ରହିଛି । ସମ୍ପତ୍ତି ବୋଲି କହିଲେ ତାଙ୍କ ପାଖରେ ଅଛି କେବଳ ପୂର୍ବ ଅର୍ଜିତ ମୁମ୍ବାଇ ବାନ୍ଦ୍ରାରେ ଥିବା ଘର ଖଣ୍ଡିକ। 

୨୦୦୯ରେ କାମ୍ବଲି ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ। ୨୦୧୧ରେ ଫାଷ୍ଟକ୍ଲାସ କ୍ରିକେଟରୁ ବି ସନ୍ନ୍ୟାସ ଘୋଷଣା କଲେ। ବିନୋଦ ନିଜ କ୍ୟାରିଅରରେ ୧୭ଟି ଟେଷ୍ଟ ଓ ୧୦୪ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ବାମହାତି ବ୍ୟାଟ୍ସମ୍ୟାନ୍ କାମ୍ବଲି ଟେଷ୍ଟରେ ୫୪.୨୦ ହାରରେ ୧୦୮୪ ରନ୍ କରିଛନ୍ତି। ଯେଉଁଥିରୁ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ସେହିପରି ୱାନଡେ ଇଣ୍ଟରନ୍ୟାସନାଲରେ ୩୨.୫୯ ହାରରେ  ୨୪୭୭ ରନ୍ କରିଛନ୍ତି। ଦିନିକିଆ ୱାନଡେରେ କରିଛନ୍ତି ଦୁଇଟି ଶତକ ସହ ୧୪ଟି ଅର୍ଦ୍ଧଶତକ। ହେଲେ ବିଡମ୍ବନା ଭାଗ୍ୟ ଆଜି ବିମୁଖ ହୋଇଛି। ଜୀବନର ଅତି ଉତ୍କଟ ସ୍ଥିତି ଦେଇ ଗତି କରୁଛନ୍ତି କାମ୍ବଲି, ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଭାରି ଅବଶୋଷ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe