କନକ ବ୍ୟୁରୋ : ରମଜାନ ମାସରେ ଦୀର୍ଘ ଏକ ମାସ ଉପବାସ ରଖିବା ପରେ, ଆଜି ଇଦୁଲଫିତରକୁ ବେଶ୍ ଧୁମ୍ ଧାମରେ ପାଳନ କରୁଛନ୍ତି ମୁସଲମାନ ଭାଇ ଭଉଣୀ । ଭାଇଚାରାର ସହର କଟକର ସତୀଚଉରା ସ୍ଥିତ ଇଦଘାରେ ସାମୂହିକ ନମାଜ ପାଠ ହୋଇଥିଲା । ଏହାପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ୍‌ ଜଣାଇଥିଲେ । ରାଜନେତାମାନେ ମଧ୍ୟ ଇଦ୍‌ଘାରେ ପହଁଞ୍ଚି ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । 

Advertisment

ଭୁବନେଶ୍ୱରର ୟୁନିଟ୍‌-୪ ମସ୍‌ଜିଦରେ ଆଜି ସମୂହ ନମାଜ ପାଠ କରାଯାଇଥିଲା । ସକାଳୁ ସକାଳୁ ମସ୍‌ଜିଦ୍‌ରେ ସମସ୍ତେ ପହଁଚିବା ପରେ ନମାଜ ପଢ଼ାଯାଇଥିଲା, ପରେ ସମସ୍ତେ ପରସ୍ପରକୁ ଇଦ୍‌ ମୁବାରକ୍‌ ଜଣାଇଥିଲେ । 

ଇଦ ପାଇଁ ଵାଲେଶ୍ୱର ଉତ୍ସବ ମୁଖର ହୋଇଛି । ମୁସଲମାନ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ବାଲେଶ୍ୱର ଦରଗା ପଡ଼ିଆରେ ସମସ୍ତେ ଇଦ ପାଳନ କରିଥିଲେ । ସାମୁହିକ ଭାବରେ ସକାଳେ ନମାଜ ପାଠ କରିବା ସହିତ ପରସ୍ପର କୁ ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । ଶାନ୍ତିଶୃଙ୍ଖଳା ସହିତ ଇଦ୍‌ ପାଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।