ଆୟୁଷ୍ମାନ କାର୍ଡର ସତ, ଚିକିତ୍ସା କରି ବି ଟଙ୍କା ପାଉନାହାନ୍ତି ହସ୍ପିଟାଲ, ବକେୟା ପଡିଛି ୧.୨୧ ଲକ୍ଷ କୋଟି

ଶୁକ୍ରବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି କି, ଏହି ଯୋଜନାରେ ଏପର୍ଯ୍ୟନ୍ତ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମେଡିକାଲଗୁଡିକୁ ପ୍ରଦାନ କରାଯାଇଛି । ଏହାସହ ଏପର୍ଯ୍ୟନ୍ତ ୪୧ କୋଟି ହିତାଧିକାରୀ କାର୍ଡ ପାଇଛନ୍ତି । ସବୁଠାରୁ ଅଧିକ ୫.୩୩ କୋଟି କାର୍ଡ ଉତ୍ତରପ୍ରଦେଶରେ ବଣ୍ଟନ କରାଯାଇଛି । ଆୟୁଷ୍ମାନ ଯୋଜନାକୁ ଏପର୍ଯ୍ୟନ୍ତ ୩୧,୪୬୬ ମେଡିକାଲରେ ସାମିଲ କରାଯାଇଛି । ଏଥିମଧ୍ୟରୁ ୧୪ ହଜାରରୁ ଅଧିକ ଘରୋଇ ହସ୍ପିଟାଲ ରହିଛି । 

44

କନକ ବ୍ୟୁରୋ : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବେ ସଂକଟରେ । ଏହି ଯୋଜନା ମାଧ୍ୟମରେ ସରକାର ଦେଶର ୫୫ କୋଟି ଗରିବ ଲୋକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇଦେଇଥାନ୍ତି । ହେଲେ ଏବେ ଏହି ଯୋଜନା ବଡ଼ ଆର୍ଥିକ ସଂକଟରେ ପଡ଼ିଛି । ଭାରତୀୟ ଚିକିତ୍ସା ସଂଘ ଆଇଏମଏ ମୁତାବକ ଏହି କାର୍ଡ ଅଧିନରେ ଘରୋଇ ହସ୍ପିଟାଲ ଚିକିତ୍ସା କରାଉଥିଲେ ବି ଏପର୍ଯ୍ୟନ୍ତ ୧.୨୧ ଲକ୍ଷ କୋଟି ଟଙ୍କା ପାଇ ନାହାନ୍ତି  । ଠିକ୍ ସମୟରେ ଘରୋଇ ହସ୍ପିଟାଲକୁ ଟଙ୍କା ମିଳୁନଥିବାରୁ ହସ୍ପିଟାଲଗୁଡିକ ଆୟୁଷ୍ମାନ କାର୍ଡ ଅଧିନରେ ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି  । ଏନେଇ ଆଇଏମଏ ତରଫରୁ ଏକ ଶ୍ୱେତପତ୍ର ଜାରି କରାଯାଇଛି । 

ଶୁକ୍ରବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି କି, ଏହି ଯୋଜନାରେ ଏପର୍ଯ୍ୟନ୍ତ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମେଡିକାଲଗୁଡିକୁ ପ୍ରଦାନ କରାଯାଇଛି । ଏହାସହ ଏପର୍ଯ୍ୟନ୍ତ ୪୧ କୋଟି ହିତାଧିକାରୀ କାର୍ଡ ପାଇଛନ୍ତି । ସବୁଠାରୁ ଅଧିକ ୫.୩୩ କୋଟି କାର୍ଡ ଉତ୍ତରପ୍ରଦେଶରେ ବଣ୍ଟନ କରାଯାଇଛି । ଆୟୁଷ୍ମାନ ଯୋଜନାକୁ ଏପର୍ଯ୍ୟନ୍ତ ୩୧,୪୬୬ ମେଡିକାଲରେ ସାମିଲ କରାଯାଇଛି । ଏଥିମଧ୍ୟରୁ ୧୪ ହଜାରରୁ ଅଧିକ ଘରୋଇ ହସ୍ପିଟାଲ ରହିଛି । 

ଆଇଏମଏ କହିଛି କି, ଏହି ଯୋଜନା ଅଧିନରେ ଘରୋଇ ହସ୍ପିଟାଲମାନେ ଚିକିିତ୍ସା କରାଉଥିବା ବେଳେ ଅର୍ଥ ପାଇବାରେ ବିଳମ୍ବ ହେଉଛି । ଜଟିଳ ରୋଗର ଚିକିତ୍ସା ପାଇଁ ସରକାର କମ୍ ଟଙ୍କା ଦେଉଥିବାରୁ ତାହା ମଧ୍ୟ ଘରୋଇ ହସ୍ପିଟାଲ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଆଇଏମଏ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ୨୦୨୧-୨୩ ମଧ୍ୟରେ ଗୁଜରାଟରେ ୩୦୦ କୋଟି ଟଙ୍କା ହସ୍ପିଟାଲ ଗୁଡିକ ପାଇବାକୁ ଥିବା ବେଳେ ସରକାର ତାହା ପ୍ରଦାନ କରିନାହାଁନ୍ତି । କେରଳରେ ୪୦୦ କୋଟି । ଏହିଭଳି ଭାବେ ସାରା ଦେଶରେ ୬୪ ଲକ୍ଷ ମାମଲା ରହିଛି । ଯେଉଁଥିରେ ସରକାର ୬୪ ଲକ୍ଷ ଆବେଦନ ଉପରେ ୧.୨୧ ଲକ୍ଷ କୋଟି ଟଙ୍କା ସରକାରଙ୍କ ଉପରେ ବକେୟା ରହିଛି । 

ଆଇଏମଏ କହିଛି କି, ଏହି ଯୋଜନା ଅଧିନରେ ପ୍ୟାକେଜ୍ ରେଟ୍ ବହୁତ କମ୍ ରହିଛି । ଯାହା ବିଶେଷ ଭାବେ ଘରୋଇ ହସ୍ପିଟାଲରେ ଜଟିଳ ଅପରେସନ ଓ ଗୁରୁତର ଚିକିତ୍ସା ଖର୍ଚ୍ଚକୁ ପୂରା କରିପାରୁନି । ଏହାସହ ଆଇଏମଏ ସରକାରଙ୍କୁ କିଛି ପରାମର୍ଶ ଦେଇଛି । ସଂଘ କହିଛି କି, ଟଙ୍କା ପ୍ରଦାନ ପ୍ରକ୍ରିୟାକୁ ଅଟୋମେଟ କରିବା ଓ ରିୟଲ ଟାଇମ୍ ଟ୍ରାକିଂ ସିଷ୍ଟମ ଲାଗୁ କରିବାର ଆବଶ୍ୟକତା ରହିଚି । ଏହାସହ ପ୍ୟାକେଜ ରେଟକୁ ବାସ୍ତବ ରେଟ୍ ଅନୁସାରେ ସଂଶୋଧନ ସମୟ ଅନୁସାରେ କରିବାର ଆବଶ୍ୟକତା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe