ବାପାଙ୍କ କୋକେଇ ଆଗରେ ଖଇ କଉଡି ବିଞ୍ଚି ବିଞ୍ଚି ଗଲା କୁନି ପୁଅ ; ଗାଁ ମଶାଣିରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର

ଗାଁ ଅଭିମୁଖେ ଚାଲିଛି ପ୍ରଶାନ୍ତ ଶତପଥୀଙ୍କ ମରଶରୀର । ସଙ୍କୀର୍ତ୍ତନରେ ଫାଟିପଡୁଛି ପୂରା ପରିବେଶ । ବାପାଙ୍କ କୋକେଇ ଆଗରେ ଖଇକଉଡି ବିଞ୍ଚିବିଞ୍ଚି ଗଲା କୁନି ପୁଅ ।

Prasant Satpathy --

Prasant Satpathy -- Photograph: (KanakNews)

କନକ ବ୍ୟୁରୋ: ଗାଁ ଅଭିମୁଖେ ଚାଲିଛି ପ୍ରଶାନ୍ତ ଶତପଥୀଙ୍କ ମରଶରୀର । ସଙ୍କୀର୍ତ୍ତନରେ ଫାଟିପଡୁଛି ପୂରା ପରିବେଶ । ବାପାଙ୍କ କୋକେଇ ଆଗରେ ଖଇକଉଡି ବିଞ୍ଚିବିଞ୍ଚି ଗଲା କୁନି ପୁଅ । ପ୍ରଶାନ୍ତଙ୍କ ମରଶରୀର ଶେଷ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଲୋକ । ପୂରା ଅଞ୍ଚଳରେ ଏବେ ଶୋକର ଛାୟା। 

ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ। ସ୍ବାମୀଙ୍କ ଦେହାନ୍ତରେ ପତ୍ନୀ ପ୍ରିୟଦର୍ଶୀନି ନିଜର ସଂଜ୍ଞାନ ହରାଇବସିଥିବାବେଳେ ପରିବାର ଲୋକେ ଯେପରି ମୁକ ପାଲଟିଯାଇଛନ୍ତି । ତାଙ୍କ ମରଶରୀର ଘରକୁ ଆସିବା ପରେ ତାଙ୍କ ଶେଷ ଦର୍ଶନ ପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଭିଡ ଜମିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଇଥିଲେ । କେବଳ ଏତିକି ନୁହେଁ ମଶାଣି ପର୍ଯ୍ୟନ୍ତ ଯାଇଥିଲେ ମୋହନ ମାଝୀ ଓ ଅନ୍ୟ ନେତାବୃନ୍ଦ । ପ୍ରଶାନ୍ତଙ୍କ ଏଭଳି ଅକାଳ ବିୟୋଗରେ ସାରା ରାଜ୍ୟରେ ଭିନ୍ନ ମାହୋଲ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe