ଆଜିଠୁ ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା : ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ହେବ ବୈଠକ

Advertisment

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । ରାଜ୍ୟର ସବୁ ଜିଲ୍ଲାରେ ଏହି କର୍ମଶାଳା ଆରମ୍ଭ ହେବ । 

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । ରାଜ୍ୟର ସବୁ ଜିଲ୍ଲାରେ ଏହି କର୍ମଶାଳା ଆରମ୍ଭ ହେବ । 

PRAVATI PARIDA 1

Photograph: (KanakNews )

କନକବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । ରାଜ୍ୟର ସବୁ ଜିଲ୍ଲାରେ ଏହି କର୍ମଶାଳା ଆରମ୍ଭ ହେବ ।  କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା  ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।  ଏହି କର୍ମଶାଳାରେ ପ୍ରତ୍ୟେକ  ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ ।  କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବେ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ ।

ଏହାଛଡ଼ା ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବେ ।  ମହିଳାଙ୍କୁ ସଶକ୍ତ କରିବାକୁ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଯୋଜନାରେ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ ହେଉଛି ।   ସ୍କିଲ ଡେଭଲପମେଣ୍ଟ ଯୋଜନା ମାଧ୍ୟମରେ ଟ୍ରେନିଂ ଦିଆଯାଉଛି ।  ବ୍ୟବସାୟ ବଢ଼ାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମଧ୍ୟ ଦିଆଯାଉଛି । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe