କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ। ରାସନ କାର୍ଡ ଇ-କେୱାସିକୁ ନେଇ ବଡ଼ ଅପଡେଟ୍ । ଗତ ଡିସେମ୍ବର ୨୯ ତାରିଖରେ ୫୦ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନଥିବା ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ। ଏହା ପରେ ତତ୍ପର ହୋଇଥିଲା ଯୋଗାଣ ବିଭାଗ । ବର୍ତ୍ତମାନ ବୈଠକ ଡାକି ଅବଧି ବଢ଼ାଇବା ସହ ଇ-କେୱାସିର ସରଳୀକରଣ କରିଛି ବିଭାଗ । ଇ-କେୱାସି ଅବଧି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ନେଟୱର୍କ ସମସ୍ୟାରୁ ନେଇ ଫିଜିକାଲ ଭେରିଫିକେସନ୍ ନେଇ ବହୁ ସମସ୍ୟା ନେଇ ଆସିଥିଲା ଅଭିଯୋଗ । ଜାନୁଆରୀ ୫ ସୁଦ୍ଧା E-KYC ଅପଡେଟ୍‌ ସରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ମନ୍ତ୍ରୀ କହିଥିଲେ ଯେ ଅପଡେଟ ପାଇଁ ଆଉ ୫ରୁ ୭ ଦିନ ସମୟ ଦିଆଯିବ । ହେଲେ କନକ ନ୍ୟୁଜରେ ଏନେଇ ଖବର ବାଜିବା ପରେ ଅବଧି ତାରିଖ ବଢ଼ାଇଛି ଯୋଗାଣ ବିଭାଗ । ଏନେଇ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ଇ-କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ପୋର୍ଟାଲରେ ହିତାଧିକାରୀ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ। 

Advertisment

ଜାନୁଆରୀ ୩୧ ସୁଦ୍ଧା 
E-KYC ଅପଡେଟ୍‌
----------------
କନକ ନ୍ୟୁଜ ମହାପ୍ରଭାବ
ଖବର ପ୍ରସାରଣ ପରେ ଯୋଗାଣ ବିଭାଗର ବୈଠକ
ଇ-କେୱାଇସି ଅପଡେଟ୍‌ ପାଇଁ ବଢ଼ିଲା ସମୟ ସୀମା 
ଜାନୁଆରୀ ୩୧ ସୁଦ୍ଧା ହୋଇପାରିବ ଇ-କେୱାଇସି ଅପଡେଟ୍‌
ଆହୁରି ୪୮ ଲକ୍ଷ ହିତାଧିକାରୀ ବାକି ଥିବାରୁ ଯୋଗାଣ ବିଭାଗ ବୈଠକରେ ବଡ଼ ନିଷ୍ପତ୍ତି
ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ସଚିବଙ୍କ ଚିଠି
ପ୍ରତି ପଞ୍ଚାୟତ ସ୍ତରରେ ଇ-କେୱାଇସି ବୃଦ୍ଧି ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ
ବୈଦୁତିକ ଓ ଛାପା ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଜୋରଦାର ହେବ କ୍ୟାମ୍ପେନ୍‌
ନିର୍ଦ୍ଦିଷ୍ଟ ପୋର୍ଟାଲରେ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ ହିତାଧିକାରୀ
www.foododisha.in ପୋର୍ଟାଲର ଟ୍ରାନ୍ସପାରେନ୍ସି ପେଜରେ ଦେଖିପାରିବେ 
ମୋବାଇଲ ଓ ଆଧାର ନମ୍ବର ଦେଇ ଇ-କେୱାଇସିର ଷ୍ଟାଟସ ପରଖି ପାରିବେ
ଜାନୁଆରୀ ୧୫ ସୁଦ୍ଧା ଅନ୍ୟୁନ ୯୦ ପ୍ରତିଶତ ଇ-କେୱାଇସି ଅପଡେଟ୍‌ ଜରୁରୀ
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪୧ଟି ଫେୟାର ପ୍ରାଇସ ସପ୍‌ ରହିଛି
ଜାନୁଆରୀ ୩୧ ସୁଦ୍ଧା ୧୦୦ଟି ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ନିର୍ଦ୍ଦେଶ
ଏଫ୍‌ପିଏସ୍‌କୁ ଅନଲାଇନରେ ପରିଣତ କରିବାକୁ ନେଟୱର୍କ ସର୍ଭେ କରିବାକୁ ଚିଠିରେ ନିର୍ଦ୍ଦେଶ
ସମସ୍ତ ବାଇପାସ୍‌ କେସ୍‌ରେ ନୋମିନି ପଞ୍ଜୀକରଣ କରି ଆଧାରା ଅପଡେଟ୍‌ କରିବାକୁ ନିର୍ଦ୍ଦେଶ
କୌଣସି ହିତାଧିକାରୀ ରାସନ ପାଇଁ ଯାଇନପାରିଲେ ନୋମିନିଙ୍କୁ ପଠାଇ ପାରିବେ
ନୋମିନି ରାସନ ସଂଗ୍ରହ କରିବାକୁ ଗଲେ ପ୍ରକୃତ ହିତାଧିକ୍ରୀଙ୍କ ମୋବାଇଲକୁ ଓଟିପି ଯିବ
ସେହି ଓଟିପି ଦେଇ ନୋମିନି ଜଣକ ପ୍ରକୃତ ହିତାଧିକାରୀଙ୍କ ପାଇଁ ରାସନ ଉଠାଇ ପାରିବେ