ରହସ୍ୟରେ କୋରାପୁଟର ୬ ରୋଗୀଙ୍କ ମୃତ୍ୟୁ ଘଟଣା;   ମନ୍ତ୍ରୀଙ୍କ ଗସ୍ତବେଳେ ଧସ୍ତାଧସ୍ତି

କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ୬ ରୋଗୀଙ୍କ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ ହୋଇଛି । ବ୍ରହ୍ମପୁର ଓ କଟକରୁ ଯାଇଥିବା ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଆଜି ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଏଯାଏଁ ଫିଟିନି ମୃତ୍ୟୁର ରହସ୍ୟ।

Koraput injection

Koraput injection Photograph: (KanakNews)

କନକ ବ୍ୟୁରୋ: କୋରାପୁଟ ମେଡିକାଲ କଲେଜ ଓ ହସପିଟାଲରେ ମାତ୍ର କେଇଘଣ୍ଟା ଭିତରେ ୬-୬ ଜଣ ରୋଗୀଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲର ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ଏଯାଏଁ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ । ଏହା ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିନ୍ତୁ ଫେରିବାବେଳେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ଓ କଂଗ୍ରେସ ନେତା ନିମାଇଁ ସରକାରଙ୍କ ମଧ୍ୟରେ ଠେଲାପେଲା ହୋଇଛି । ମନ୍ତ୍ରୀ ମାତ୍ର ୫ ମିନିଟ୍ ପାଇଁ ମେଡିକାଲକୁ ଯାଇଥିଲେ ଓ କାହାକୁ ନ ଭେଟି ଚାଲିଆସିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମେଡିକାଲର ଅସୁବିଧା ଦୂର ପାଇଁ ଉଦ୍ୟମ କରାଯିବ । 

ମୃତକଙ୍କ ପରିବାରଙ୍କ ଅଭିଯୋଗ ହେଲା , ଜଣେ ନର୍ସ ଆସି ଇଞ୍ଜେକ୍ସନ ଦେଲେ ।  ଇଞ୍ଜେକ୍ସନ ଦିଆଯିବା ପରେ ସବୁ ରୋଗୀ ବେହୋସ୍ ହୋଇଗଲେ ତ ଆଉ କିଏ ଛାଟିପିଟି ହେଲେ । କିଛି ସମୟ ମଧ୍ୟରେ ସମସ୍ତେ ଅଚାନକ ଆଖି ବୁଜିଲେ । କିନ୍ତୁ ଭୁଲ ଇଞ୍ଜେକ୍ସନକୁ ମାନିବାକୁ ନାରାଜ ମେଡିକାଲ ଡିନ୍ । ତଥାପି ଡିନ୍ କହିଛନ୍ତି ,ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । କଂଗ୍ରେସ ଘଟଣାକୁ  ନେଇ ଆନ୍ଦୋଳନ କରିବା ସହ ବିଧାନସଭାରେ ଉଠାଇବାକୁ ବୋଲି କହିଛି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୬ ରୋଗୀଙ୍କ ମୃତ୍ୟୁକୁ ନେଇ ରାଜ୍ୟର ସ୍ବାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe