କନକ ବ୍ୟୁରୋ: କଟକ ବାରବାଟୀରେ ଖେଳାଯାଇଥିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜ୍ର ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫିଲ୍ ସଲ୍ଟ ଓ ବେନ୍ ଡକେଟ୍ ପୁଣି ଥରେ ଇଂଲିଶ ଟିମ୍କୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ । ମାତ୍ର ୭ ଓଭର ଇଂଲଣ୍ଡ ଟିମ୍ର ଦଳୀୟ ସ୍କୋର୍ ୫୦ ରନ୍ ପାର କରି ସାରିଥିଲା । ତେବେ ଏହି ସମୟରେ ହିଁ ଅଚାନକ ପଡ଼ିଆରେ ସାମିଙ୍କ ଉପରେ ରାଗି ଯାଇଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା । ରୋହିତ ଶର୍ମାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କ୍ରିକେଟ ପ୍ରେମୀ ଏବେ ରୋହିତ ଶର୍ମାଙ୍କ ରିଆକ୍ସନକୁ କମେଣ୍ଟ୍ କରୁଛନ୍ତି ।
ଏହି ଘଟଣା ହେଉଛି ଇଂଲଣ୍ଡ ପାଳିର ସପ୍ତମ ଓଭର ସମୟର.. । ଏହି ସମୟରେ ମହମ୍ମଦ ସାମି ନିଜ ସ୍ପେଲ୍ର ଚତୁର୍ଥ ଓଭର ବୋଲିଂ କରୁଥିଲେ । ଏହାପୂର୍ବରୁ ସେ ୩ ଓଭର ମଧ୍ୟରେ ୩୦ ରନ୍ ଖର୍ଚ୍ଚ କରି ସାରିଥିଲେ । ତେବେ ସପ୍ତମ ଓଭରର ପ୍ରଥମ ବଲ୍ରେ ଫିଲ୍ ସଲ୍ଟ୍ ଏକ ଚୌକା ମାରିଥିଲେ । ପୁଣି ସମାନ ଓଭରରେ ପଞ୍ଚମ ଓଭରରେ ଆଉ ଏକ ଚୌକା ମାରିଥିଲେ ବେନ୍ ଡକେଟ୍ । ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଥିଲେ ଭାରତର ଷ୍ଟାର୍ ବୋଲର ମହମ୍ମଦ ସାମି । ଏଣୁ ମହମ୍ମଦ ସାମିଙ୍କ ବୋଲିଂ ପ୍ରଦର୍ଶନ ନେଇ ନିରାଶା ଜାହିର କରିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା । କାରଣ ପ୍ରଥମ ୪ ଓଭରରେ ହିଁ ମହମ୍ମଦ ସାମି ୩୦ ରନ୍ ଖର୍ଚ୍ଚ କରି ସାରିଥିଲେ ।
୨୦୨୩ ବିଶ୍ୱକପ୍ ବେଳେ ଆହତ ହୋଇଥିଲେ ଭାରତୀୟ ସ୍ପିଡ୍ ଷ୍ଟାର ମହମ୍ମଦ ସାମି । ଏହାପରେ ୨୦୨୪ରେ ସେ କୌଣସି କ୍ରିକେଟ୍ ମ୍ୟାଚ୍ ଖେଳି ପାରିନଥିଲେ । ଇଂଲଣ୍ଡ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ୍ରେ ସେ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍କୁ କମ୍ବ୍ୟାକ୍ କରିଛନ୍ତି । କିନ୍ତୁ ଚିନ୍ତାର ବିଷୟ ହେଉଛି, ଏବେ ସୁଦ୍ଧା ତାଙ୍କ ବୋଲିଂରେ ପୂର୍ବ ଭଳି ଆଉ ଧାର ଦେଖିବାକୁ ମିଳିନି । ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ରେ ବି ସେ ମାତ୍ର ୩ଟି ୱିକେଟ୍ ନେବାରେ ହିଁ ସକ୍ଷମ ହୋଇପାରିଥିଲେ । ବାରବାଟୀ ଦିନିକିଆରେ ବି ତାଙ୍କ ପ୍ରଥମ ସ୍ପେଲ୍ ପରେ ସେ ଥକିଯିବା ଭଳି ନଜର ଆସୁଥିଲେ । ଆଗକୁ ଚାମ୍ପିୟନ୍ସ ଟ୍ରଫି ଭଳି ଆଇସିସି ଇଭେଣ୍ଟ୍ ଆସୁଛି, ଏହାପୂର୍ବରୁ ସାମିଙ୍କ ପୁରୁଣା ଫର୍ମ ଫେରିବା ଜରୁରୀ । ତାହା ନହେଲେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫିରେ ସମସ୍ୟାରେ ପଡ଼ିପାରେ । କେବେ ସାମି ପୁଣି ତାଙ୍କ ବୋଲିଂ ଧାର ଦେଖାଇବେ ତାହାରି ଉପରେ ନଜରଟ୍ଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/02/11/EL4IMlM0vrYGWGKBEPkf.jpg)