ଦିନ ଥିଲା ମକର ସଂକ୍ରାନ୍ତି ଆସିଲେ ମେଘ ନୁହେଁ ମାଳମାଳ ଗୁଡ଼ିରେ ଆକାଶ ଢାଙ୍କି ଯାଉଥିଲା । ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ଗୁଡ଼ି ଉଡ଼ାରେ ମାତୁଥିଲେ । ଗୁଡିକୁ ନେଇ ପ୍ରତିଯୋଗିତା ହେଉଥିଲା କିନ୍ତୁ ଏବେ ସେସବୁ ହଜି ଯାଉଛି ।
ଦିନ ଥିଲା ମକର ସଂକ୍ରାନ୍ତି ଆସିଲେ ମେଘ ନୁହେଁ ମାଳମାଳ ଗୁଡ଼ିରେ ଆକାଶ ଢାଙ୍କି ଯାଉଥିଲା । ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ଗୁଡ଼ି ଉଡ଼ାରେ ମାତୁଥିଲେ । ଗୁଡିକୁ ନେଇ ପ୍ରତିଯୋଗିତା ହେଉଥିଲା କିନ୍ତୁ ଏବେ ସେସବୁ ହଜି ଯାଉଛି ।
ନୀଳ ଆକାଶ ବୁକୁରେ ଡେଣା ମେଲାଇ ଆଉ ଉଡୁନି ଗୁଡ଼ି। କଟକ ସହରର ଗଳିକନ୍ଦି, ମହାନଦୀ ଓ କାଠଯାଡ଼ି ଆକାଶରେ କାଁ ଭାଁ ଦେଖିବାକୁ ମିଳୁଛି ଗୁଡି ।
ଭାଇଚାରାର ସହରରେ ବନ୍ଧୁତାର ବାର୍ତ୍ତା ଦେଉଥିବା ଏହି ଧିରେଧିରେ ଅତୀତ ହେବାକୁ ଲାଗିଲାଣି । ମକର ସଂକ୍ରାନ୍ତି ଆସୁଥିଲେ ବି ଗୁଡି ପ୍ରତି ଆଉ ସତେକି କାହା ମନରେ ଯେମିତି ଆଗ୍ରହ ନାହିଁ । ଲାଗୁଛି ଏବେ ଯେମିତି ଆକାଶ ଗୁଡ଼ିକୁ ଝରୁଛି ।
ନୂଆ ପିଢ଼ି ଗୁଡ଼ି ଉଡ଼ା ପ୍ରାୟ ଭୁଲି ଗଲେଣି । ଗୁଡି କାଟ୍ ଖାଇବା କଥା ବି ତାଙ୍କୁ ଜଣା ନାହିଁ, ଖାଲି କାଇଟ୍ ମାନେ ଗୁଡି ଆଉ ସିନେମା ଗୀତରେ, ବହିର ଚିତ୍ରରେ ଗୁଡ଼ିକୁ ଚିହ୍ନୁଛନ୍ତି ।
ଆଗ ଭଳି ଆଉ ଗୁଡ଼ି ଦୋକାନରେ ଭିଡ଼ ବି ନାହିଁ। ଗୁଡିକୁ ନେଇ ଗୀତ ବି ଆଉ କେଉଁଠି କାଇଁ ଶୁଭୁନି । ଗୁଡ଼ିସୂତା ଅନେକଙ୍କ ଜୀବନ ନେବା ପରେ ଗୁଡ଼ି ଉଡ଼ାଇବା ଉପରେ କଟକଣା ଲାଗୁଛି, ତେଣୁ ଧୀରେ ଧୀରେ ଲୋକଙ୍କ ଆଗହ୍ର କମୁଛି ।
ସମୟ ଛାତିରେ ଗୁଡି ସିନା ଅତୀତ ହୋଇଯିବ ହେଲେ ଆକାଶ ଛାତିରେ ଗୁଡି ଏକ ଅଭୁଲା ପକ୍ଷୀ ହୋଇ, ଅଲିଭା ଛବି ହୋଇ ସେମିତି ରହିଥିବ...