କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଚିଣ୍ଟୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ । କୋରାପୁଟ ବୈପାରିଗୁଡା ପାଡୁଗାଁର ବ୍ୟବସାୟୀ କେ. ସତ୍ୟାଙ୍କୁ ଛାଡିଦେଇଛନ୍ତି ଅପହରଣକାରୀ । ଚିଣ୍ଟୁରରେ ଛାଡିବା ପରେ ଅପହୃତ ବ୍ୟବସାୟୀ କେ. ସତ୍ୟା ଫୋନ୍ କରି ଜଣାଇଛନ୍ତି । ତେବେ ସେ ଅପହରଣକାରୀ କାହାକୁ ଚିହ୍ନିନଥିବା କହିଛନ୍ତି । ପରିବାର ଲୋକଙ୍କ ସହ ଯେଗାଯୋଗ କରିବା ପରେ ସେଠାରୁ ପରିବାର ଲୋକ ସତ୍ୟାଙ୍କୁ ନେଇ ବୈପାରୀଗୁଡା ଫେରୁଥିବା ଜଣାପଡିଛି। ତେବେ ଶନିବାର ରାତିରେ ଟଙ୍କା ନେଇ ପାଡୁଆ ଫେରୁଥିବା ବେଳେ କୋଲାବ ବ୍ରିଜ୍ ନିକଟରୁ ବ୍ୟବସାୟୀଙ୍କୁ ଅପହରଣା କରାଯାଇଥିଲା । କିଛି ଦୁରକାଠି ହୋଇ ବ୍ରିଜ୍ ଉପରେ ତାଙ୍କ ଗାଡିକୁ ଅଟକାଇଥିଲେ। ପରେ ବ୍ୟବସାୟୀଙ୍କୁ ଅପହରଣ କରିନେଇଯାଇଥିଲେ । ଘଟଣା ନେଇ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଛାନ ଭିନ୍ ଆରମ୍ଭ କରିଥିବା ବେଳେ ସତ୍ୟାଙ୍କ ଫୋନ୍ ଟ୍ରାକ୍ କରିଥଲା ।
ଆନ୍ଧ୍ରପ୍ରଦେଶ ଚିଣ୍ଟୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ: କୋରାପୁଟ ବୈପାରିଗୁଡା ପାଡୁଗାଁର ବ୍ୟବସାୟୀ କେ. ସତ୍ୟାଙ୍କୁ ଛାଡିଦେଲେ ଅପହରଣକାରୀ
ଆନ୍ଧ୍ରପ୍ରଦେଶ ଚିଣ୍ଟୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ । କୋରାପୁଟ ବୈପାରିଗୁଡା ପାଡୁଗାଁର ବ୍ୟବସାୟୀ କେ. ସତ୍ୟାଙ୍କୁ ଛାଡିଦେଇଛନ୍ତି ଅପହରଣକାରୀ । ଚିଣ୍ଟୁରରେ ଛାଡିବା ପରେ ଅପହୃତ ବ୍ୟବସାୟୀ କେ. ସତ୍ୟା ଫୋନ୍ କରି ଜଣାଇଛନ୍ତି ।
/kanak/media/media_files/2025/01/05/FUaSDx7np1bCylOJIRG9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)