ଡ୍ରେନେଜ ସମସ୍ୟାରେ ଯୁଝି ହେଉଛି ଖୋର୍ଦ୍ଧା ସହର, ଅଳିଆ ଆବାର୍ଜନାରେ ପୋତି ହୋଇଗଲାଣି ଡ୍ରେନ୍

ସହରର ଶ୍ରୀରାମ ନଗର, ମାଢୁଆଳିପଟି, ଗୁରୁଜଙ୍ଗ, ବରୁଣେଇ ସାହି, ରାଧାବଲ୍ଲଭ ସାହି, ଉପରସାହି, ଖ୍ରୀଷ୍ଟିଆନ ସାହି, ପୂର୍ତ୍ତ ବଙ୍ଗଳା ନିକଟ, ବାସେଳୀ ସାହି, ଡକ୍ଟର ସଲେନ, ବକ୍ସି ଲେନ୍‌, ସାମନ୍ତରାପୁର, ଠେଙ୍ଗାହାଟ, ମୁକୁନ୍ଦପ୍ରସାଦ ଆଦି ଅଞ୍ଚଳରେ ଡ୍ରେନ୍‌ ପ୍ରାୟ ପୋତି ହୋଇଗଲାଣି । କେତେକ ସ୍ଥାନରେ ଅପରିଷ୍କାର ପାଣି ଜମି ରହିଛି ।

qþþZKþqþþ

କନକ ବ୍ୟୁରୋ : କଥାରେ ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ। ଖୋର୍ଦ୍ଧା ସହରର ଅବସ୍ଥା ଠିକ୍‌ ସେମିତି । ଆଧୁନିକୀକରଣ ଆଳରେ ସାହି ଗଳି ସବୁ ଫେବର ପଡି ଚକାଚକ୍‌ । ହେଲେ ଡ୍ରେନ୍‌ ଗୁଡ଼ିକ ସହରର ହାଲକୁ ବେହାଲ କରୁଛି । କେଉଁଠି ଅଳିଆ ଆବର୍ଜନା ଭର୍ତ୍ତି ତ କେଉଁଠି ମୁକୁଳା ପଡିଛି । ବର୍ଷବର୍ଷ ଧରି ଏହାର ପ୍ରତିକାର ଦିଗରେ ପୌର ପ୍ରଶାସନ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । ବର୍ଷା ଦିନ ପାଣି କେଉଁଆଡ଼େ ନିଷ୍କାସନ ହେବ ତାକୁ ନେଇ ଏବେଠୁ ପ୍ରମାଦ ଗଣିଲେଣି ସହରବାସୀ । 

ସହରର ଶ୍ରୀରାମ ନଗର, ମାଢୁଆଳିପଟି, ଗୁରୁଜଙ୍ଗ, ବରୁଣେଇ ସାହି, ରାଧାବଲ୍ଲଭ ସାହି, ଉପରସାହି, ଖ୍ରୀଷ୍ଟିଆନ ସାହି, ପୂର୍ତ୍ତ ବଙ୍ଗଳା ନିକଟ, ବାସେଳୀ ସାହି, ଡକ୍ଟର ସଲେନ, ବକ୍ସି ଲେନ୍‌, ସାମନ୍ତରାପୁର, ଠେଙ୍ଗାହାଟ, ମୁକୁନ୍ଦପ୍ରସାଦ ଆଦି ଅଞ୍ଚଳରେ ଡ୍ରେନ୍‌ ପ୍ରାୟ ପୋତି ହୋଇଗଲାଣି । କେତେକ ସ୍ଥାନରେ ଅପରିଷ୍କାର ପାଣି ଜମି ରହିଛି ।

ପ୍ରତିବର୍ଷ ବିଭିନ୍ନ ବାବଦକୁ ପୌର ପ୍ରଶାସନ କୋଟିକୋଟି ଟଙ୍କା ଟିକସ ଆଦାୟ କରୁଛି । କିନ୍ତୁ ଡ୍ରେନ୍‌ର ରକ୍ଷଣାବେକ୍ଷଣ ଏବଂ ମରାମତି କରୁନଥିବା ଅଭିଯୋଗ ହୋଇଛି । ସେପଟେ ପୌରାଧ୍ୟକ୍ଷା କହିଛନ୍ତି, ବର୍ଷା ପୂର୍ବରୁ କାମ ଆରମ୍ଭ ହେବ ।

ବେଳ ଥାଉଥାଉ ମୁକୁଳା ଡ୍ରେନ ପ୍ରତି ଦୃଷ୍ଟି ନଦିଆଗଲେ ଭୁବନେଶ୍ୱର ଭଳି ସ୍ଥିତି ନସୃଷ୍ଟି ହେବ ତାହା କିଏ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe