କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡି ଯେତିକି ପ୍ରତିଶ୍ରୁତି ଦେଉଛନ୍ତି ସେତିକି ବୟାନବାଜୀ ମଧ୍ୟ ଚାଲିଛି । ଭୋଟପଡିବାକୁ ଆଉ କିଛି ଦିନ ବାକି ଥିବାବେଳେ ଆପ ଓ ବିଜେପି ପୋଷ୍ଟରୱାର ଜୋରଦାର ହୋଇଛି ।ଗତକାଲି ଆମ ଆଦମୀ ପାର୍ଟି ମନ୍ଦିର ପୂଜକ ଓ ଗୁରୁଦ୍ବାରା ସେବକଙ୍କ ପାଇଁ ୧୮ହଜାର ମାସିକ ଦରମା ଦେବାକୁ ପ୍ରତିଶ୍ରୁତି କରିବା ପରେ ଏହାକୁ ନେଇ ବିଜେପି ଆଜି କଟାକ୍ଷପୂର୍ଣ୍ଣ ପୋଷ୍ଟର ଜାରି କରିଛି । ମଥାରେ ସିନ୍ଦୁର ଓ ବେକରେ ରୁଦ୍ରାକ୍ଷମାଳ ପିନ୍ଧା କେଜ୍ରିୱାଲଙ୍କ ଫଟୋ ଜାରି କରି ବିଜେପି କହିଛି ନିର୍ବାଚନୀ ହିନ୍ଦୁ ଏଜେଣ୍ଡା ।