ଆମ ଆଦମୀ ପାର୍ଟିକୁ ଡବଲ ଝଟକା । କାଲି ଆପ୍ ଛାଡିଥିଲେ କୈଳାସ ଗେହଲଟ୍, ଆଜି ଧରିଲେ ପଦ୍ମ ।

Advertisment

ରବିବାର ଆମ ଆଦମୀ ପାର୍ଟିରୁ ହଠାତ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ କେଜ୍ରିୱାଲଙ୍କ ଖାସ ସାଥୀ କୁହାଯାଉଥିବା କୈଳାସ ଗେହଲଟ । କାହିଁକି ଛାଡିଲେ ସେନେଇ ମଧ୍ୟ ଆଶ୍ଚର୍ଯ୍ୟଜନକ ଜବାବ ମଧ୍ୟ ରଖିଥଲେ

ରବିବାର ଆମ ଆଦମୀ ପାର୍ଟିରୁ ହଠାତ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ କେଜ୍ରିୱାଲଙ୍କ ଖାସ ସାଥୀ କୁହାଯାଉଥିବା କୈଳାସ ଗେହଲଟ । କାହିଁକି ଛାଡିଲେ ସେନେଇ ମଧ୍ୟ ଆଶ୍ଚର୍ଯ୍ୟଜନକ ଜବାବ ମଧ୍ୟ ରଖିଥଲେ

KAILASH GEHLOT BJP

କନକ ବ୍ୟୁରୋ: ରବିବାର ଆମ ଆଦମୀ ପାର୍ଟିରୁ ହଠାତ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ କେଜ୍ରିୱାଲଙ୍କ ଖାସ ସାଥୀ କୁହାଯାଉଥିବା କୈଳାସ ଗେହଲଟ । କାହିଁକି ଛାଡିଲେ ସେନେଇ ମଧ୍ୟ ଆଶ୍ଚର୍ଯ୍ୟଜନକ ଜବାବ ମଧ୍ୟ ରଖିଥଲେ। କୈଳାସ କହିଥିଲେ ଯେ, ସେ ଦଳର କାର୍ଯ୍ୟଶୈଳୀକୁ ନେଇ ଖୁସି ନାହାଁନ୍ତି । କେନ୍ଦ୍ର ବିରୋଧରେ ଆପର ରୀତିମତ କଳି, ବିରୋଧ ଆଉ ସହିହେଉନି ତେଣୁ ସେ ଦଳ ଛାଡୁଛନ୍ତି । ୨୪ ଘଣ୍ଟା ନଯାଉଣୁ ଝାଡୁ ଛାଡି ପଦ୍ମ ଧରି ଆପକୁ ଡବଲ ଝଟକା ଦେଇଛନ୍ତି । 

ସେପଟେ ବିଜେପିରେ ଯୋଗ ଦେବା ପରେ କୈଳାସଙ୍କ ବୟାନ ମଧ୍ୟ ଚର୍ଚ୍ଚା ସାଉଁଟିଛି । ଯେଉଁ ବିଚାରଧାରା ନେଇ ଆମ ଆଦମୀ ପାର୍ଟି ଗଠନ କରାଯାଇଥିଲା ଏବେ ଦଳର ମୁଖ୍ୟ ଓ ନେତା ଠିକ ବିପରୀତ ଦିଗରେ କାମ କରୁଥିବା ସେ ଅଭିଯୋଗ ଆଣିଛନ୍ତି  । ତେବେ କୈଳାସଙ୍କ ଇସ୍ତଫା ପଛର କାରଣ, ରାତାରାତି ନୁହେଁ ବର ଦୀର୍ଘଦିନର ବୋଲି କୁହାଯାଉଛି ...

  1. ଦଳୀୟ କନ୍ଦଳ ମୁଖ୍ୟ କାରଣ!
  2. ଆତିସୀ ମାର୍ଲେନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଅସନ୍ତୁଷ୍ଟ ଥିଲେ କୈଳାସ
  3. ଦଳରେ ତାଙ୍କୁ ବଡ ପଦବୀ ମିଳିଥିଲେ ବି ହାତବନ୍ଧା ଥିଲା
  4. ବିଭିନ୍ନ ମାମଲାରେ ଆପ ମୁଖ୍ୟ ଫସିବା ପରେ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ଭୟ
  5. ଡିଡିସି ଓ ମଦ ଦୁର୍ନିତୀ ମାମଲାରେ ତାଙ୍କୁ ଜେରା ସରିଛି
  6. ସମୟ ଥାଉ ଥାଉ ବିଜେପି ଶିବିରରେ ଏଣ୍ଟ୍ରି କରିବା ଠିକ ମନେ କରିଛନ୍ତି

କୈଳାସଙ୍କ ନିଷ୍ପତି ଏବେ ବିଜେପି ପାଇଁ ବଡ ସୁଯୋଗ ଆଣିଦେଇଛି । ଦଳ କହିଛି କେଜ୍ରିୱାଲଙ୍କଠୁ କେବଳ ଦିଲ୍ଲୀବାସୀ ନୁହେଁ ଦଳର ନେତା ଅତିଷ୍ଠ ହୋଇପଡିଛନ୍ତି ଓ ଆଗାମୀ ଦିନରେ ଅନେକ ବରିଷ୍ଠ ନେତା ଆପ ଛାଡିବେ ।

କୁହାଯାଉଛି କୈଳାସ ସେବେଠୁ ଆପଠୁ ଦୂରେଇ ଯାଉଥିଲେ ଯେବେଠୁ ଉପରାଜ୍ୟପାଳ ବିନୟଙ୍କ ସହ ତାଙ୍କର ମଧୁର ସମ୍ପର୍କ ଗଢ଼ିଉଠିଛି । କେଜ୍ରିୱାଲ, ସଂଜୟ ସି, ମନିଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଜେଲରେ ଥିଲେ ସେବେଠୁ ବିନୟଙ୍କ ନିକଟତର ହୋଇଥିଲେ । ଏପରିକି ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଉପରାଜ୍ୟପାଳ କୈଳାସଙ୍କ ନାଁ ସୁପାରିଶ କରିଥିଲେ ବି ବାଜି ମାରିଥିଲେ ଆତିସୀ ମାର୍ଲେନା । ସ୍ବାତି ମାଲିୱାଲଙ୍କ ଅଭିଯୋଗକୁ ନେଇ ଆମ ଆଦମୀ ପାର୍ଟି ପାଇଁ ବଡ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ବଡ ଝଟକା ଦେଇଛନ୍ତି କୈଳାସ ।  ସେପଟେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ସମସ୍ତେ ସ୍ବାଧୀନ । ଯିଏ ଯୁଆଡେ ଚାହିଁବେ ଯାଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe