କନକ ବ୍ୟୁରୋ: ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୨୫ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ମିଡିଆକୁ ସୂଚନା ଦେଇ ସେ କହିଥିଲେ କି ଆଇପିଏଲ ମାର୍ଚ୍ଚ ୨୩ରେ ଆରମ୍ଭ ହେବ ଆଉ ଫାଇନାଲ ମେ ୨୫ରେ ଖେଳାଯିବ । ହେଲେ ଏନେଇ ବିଧିବଧ ଭାବେ କୌଣସି ଘୋଷଣା ହୋଇନାହିଁ । ଅର୍ଥାତ ଆଜି ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । 

Advertisment

ରାଜୀବ ଶୁକ୍ଲା କହିଛନ୍ତି କି, ବୈଠକର ସବୁଠାରୁ ବଡ ମୁଦ୍ଦା ଥିଲା କୋଷାଧ୍ୟକ୍ଷ ଓ ସମ୍ପାଦକ ଚୟନ । ସେହିପରି ମହିଳା ପ୍ରିମିୟର ଲିଗର ଭେନ୍ୟୁ ବି ସ୍ପଷ୍ଟ ହୋଇ ସାରିଛି ଯାହା ଶୀଘ୍ର ଘୋଷଣା ହେବ । ଆଇପିଏଲ କମିଶନରଙ୍କ ନିଯୁକ୍ତି ବି ଗୋଟେ ବର୍ଷ ପାଇଁ କରିଦିଆଯାଇଛି ।

ଦେବଜିତ ସାଇକିଆଙ୍କୁ ବିସିସିଆଇର ନୂଆ ସମ୍ପାଦକ ଦାୟିତ୍ବ ମିଳିଛି । ଆଉ ପ୍ରଭତେଜ ଭାଟିଆଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଦୁହେଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଡିସେମ୍ବର ୧ ତାରିଖରେ ଜୟ ଶାହା ଆଇସିସି ଚେୟାରମ୍ୟାନ ଭାବେ ନିୟୁକ୍ତି ପାଇବା ପରେ ସାଇକିଆ ଅନ୍ତରୀଣ ଦାୟିତ୍ବରେ ରହିଥିଲେ ଏବେ ତାଙ୍କୁ ପୂର୍ଣ୍ଣକାଳୀନ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି ।