ଆଇପିଏଲ ୨୦୨୫ ଟାଇଟଲ ପାଇଁ ଟକ୍କର ଜୋରଦାର, ଟସ୍ ଜିତି ବୋଲିଂ କରୁଛି ପଞ୍ଜାବ

ପଡିଆ ପ୍ରସ୍ତୁତ ଖେଳାଳି ପ୍ରସ୍ତୁତ । ଆଇପିଏଲରେ ଏଥରକ ମିଳିବ ନୂଆ ବିଜେତା । ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ । ଗୋଟେ ପଟେ କିଙ୍ଗ କୋହଲିଙ୍କ ବିରାଟ ସ୍ବପ୍ନ ଅନ୍ୟପଟେ ପଂଜାବ ସରପଂଚଙ୍କ ଜିଦ୍ । ପ୍ରତିଶୋଧ ଲକ୍ଷ୍ୟରେ ପଂଜାବ । ୩୬ଟି ମ୍ୟାଚରେ ଉଭୟ ଦଳ ୧୮ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଚଳିତ ସିଜନରେ ଆରସିବି ୨-୧ରେ ଆଗୁଆ ରହିଛି, ବିଶେଷକରି କ୍ୱାଲିଫାୟାର  ୧ରେ ପଂଜାବକୁ ୧୦୧ ରନରେ ଅଲଆଉଟ କରି ୧୦ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ । ଦୁଇ ଦଳରେ ରହିଛିନ୍ତି ଅନେକ ମ୍ୟାଚ ୱିନର ତେବେ ଆରସିବି ପାଇଁ ଅଢୁଆ ସାଜିପାରନ୍ତି ଫର୍ମରେ ଥିବା ଅର୍ଶଦୀପ । ବିରାଟ କୋହଲି ବନାମ ଅର୍ଶଦୀପ କୋହଲି ୩୫ ଇନିଂସରେ ପଞ୍ଜାବ ବିପକ୍ଷରେ ୧୧୧୬ ରନ୍‌ ସଂଗ୍ରହ କରିଛନ୍ତି, ଅର୍ଶଦୀପଙ୍କ ବିପକ୍ଷରେ କୋହାଲିଙ୍କ ହାରାହାରି ୩୬, କିନ୍ତୁ ଅର୍ଶଦୀପ ବିରାଟଙ୍କୁ ଦୁଇଥର ଆଉଟ୍‌ କରିଛନ୍ତି ।

sfdfdfsdfsddfd

କନକ ବ୍ୟୁରୋ : ବାଜିସାରିଛି ଫାଇନାଲର ବିଗୁଲ । ଟସ ଜିତି ବ୍ୟାଟିଂ କରୁଛି ବେଙ୍ଗାଲୁରୁ । ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ହାଇ-ଭୋଲଟେଜ ଫାଇନାଲ ମ୍ୟାଚ୍ । ଏଥରକ କ୍ରିକେଟ ଫ୍ୟାନ୍ସ ଦେଖିବାକୁ ପାଇବେ ନୂଆ ବିଜେତା । କିଏ ମାରିବ ବାଜି.. ପଂଜାବର ସରପଂଚ ନାଁ ପାଟିଦାରଙ୍କ ପଲଟନ । 

 ପଡିଆ ପ୍ରସ୍ତୁତ ଖେଳାଳି ପ୍ରସ୍ତୁତ । ଆଇପିଏଲରେ ଏଥରକ ମିଳିବ ନୂଆ ବିଜେତା । ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ । ଗୋଟେ ପଟେ କିଙ୍ଗ କୋହଲିଙ୍କ ବିରାଟ ସ୍ବପ୍ନ ଅନ୍ୟପଟେ ପଂଜାବ ସରପଂଚଙ୍କ ଜିଦ୍ । ପ୍ରତିଶୋଧ ଲକ୍ଷ୍ୟରେ ପଂଜାବ । ୩୬ଟି ମ୍ୟାଚରେ ଉଭୟ ଦଳ ୧୮ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଚଳିତ ସିଜନରେ ଆରସିବି ୨-୧ରେ ଆଗୁଆ ରହିଛି, ବିଶେଷକରି କ୍ୱାଲିଫାୟାର  ୧ରେ ପଂଜାବକୁ ୧୦୧ ରନରେ ଅଲଆଉଟ କରି ୧୦ ଓଭରରେ ଲକ୍ଷ୍ୟ ହାସଲ କରିଥିଲେ । ଦୁଇ ଦଳରେ ରହିଛିନ୍ତି ଅନେକ ମ୍ୟାଚ ୱିନର ତେବେ ଆରସିବି ପାଇଁ ଅଢୁଆ ସାଜିପାରନ୍ତି ଫର୍ମରେ ଥିବା ଅର୍ଶଦୀପ । ବିରାଟ କୋହଲି ବନାମ ଅର୍ଶଦୀପ କୋହଲି ୩୫ ଇନିଂସରେ ପଞ୍ଜାବ ବିପକ୍ଷରେ ୧୧୧୬ ରନ୍‌ ସଂଗ୍ରହ କରିଛନ୍ତି, ଅର୍ଶଦୀପଙ୍କ ବିପକ୍ଷରେ କୋହାଲିଙ୍କ ହାରାହାରି ୩୬, କିନ୍ତୁ ଅର୍ଶଦୀପ ବିରାଟଙ୍କୁ ଦୁଇଥର ଆଉଟ୍‌ କରିଛନ୍ତି । ଶ୍ରେୟସ ଆୟାର ବନାମ ଭୁବନେଶ୍ୱର କୁମାର: ପଞ୍ଜାବ ଅଧିନାୟକ ଶ୍ରେୟସ ୬୦୩ ରନ୍‌ ସହିତ ଦଳର ମୁଖ୍ୟ ବ୍ୟାଟର । ଭୁବନେଶ୍ୱର ତାଙ୍କୁ ୧୧ ଟି-୨୦ରେ ୩ ଥର ଆଉଟ କରିଛନ୍ତି, ଷ୍ଟ୍ରାଇକ ରେଟ ୯୦ରେ ରଖି । ମାର୍କସ ଷ୍ଟୋଇନିସ ବନାମ ଜୋଶ ହାଜଲଉଡ । ବଡ଼ ଷ୍ଟ୍ରୋକ୍‌ ଖେଳିବାରେ ମାହିର ଷ୍ଟୋଇନିସ୍ । ୧୮୩.୩୩ ଷ୍ଟ୍ରାଇକ ରେଟ ପଂଜାବକୁ ଶକ୍ତି ଯୋଗାଇଛି । ଅଷ୍ଟ୍ରେଲିୟ ଖେଳାଳିଙ୍କ କମଜୋର କଣ ନିହାତି ଜାଣିଥିବେ ହାଜଲଉଡ୍ । ଆରସିବିଙ୍କ ଫିଲ ସଲ୍ଟ  ଓ ସୁୟଶ ଶର୍ମାଙ୍କ ବୋଲିଂ କ୍ୱାଲିଫାୟାରରେ  ନିର୍ଣ୍ଣାୟକ ଥିଲା। ଅନ୍ୟପଟେ ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି, ଟାଇଟଲ୍‌ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । ମ୍ୟାଚ ପୂର୍ବରୁ ପାଟିଦାର କହିଛନ୍ତି କୋହଲି ଆରସିବି ଏବଂ ଭାରତୀୟ କ୍ରିକେଟ୍‌ ପାଇଁ ବର୍ଷ ବର୍ଷ ଧରି ଅନେକ ଯୋଗଦାନ ଦେଇଛନ୍ତି, ଏବଂ ଏହି ଟାଇଟଲ ଜିତାଇ ବିରାଟଙ୍କୁ ସମ୍ମାନ ଦେବା ଦଳର ଲକ୍ଷ୍ୟ । ଚଳିତ ସିଜନରେ ବିରାଟ କୋହଲି ଆରସିବିର ସର୍ବଶ୍ରେଷ୍ଠ ବ୍ୟାଟର ରହିଛନ୍ତି। ଏହି ଫାଇନାଲ ମ୍ୟାଚ ଆରସିବି ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ଭାବପ୍ରବଣ ମୁହୂର୍ତ୍ତ ହେବ, ଯେଉଁମାନେ ଦୀର୍ଘ ସମୟ ଧରି ଦଳର ଟାଇଟଲ ଜିତିବାର ଅପେକ୍ଷାରେ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe