ସରିଲା ଆଇପିଏଲ-୨୦୨୫ ମହାସମର, ୧୭ ବର୍ଷର ସଂଘର୍ଷ ପରେ ଆରସିବି ହାତେଇଲା କପ୍, ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା

ଦଳଗତ ପରେ ବ୍ୟକ୍ତିଗତ ଭାବେ ଚଳିତ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ୭୫୯ ରନ୍ କରିଥିବା ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନଙ୍କୁ ଅରେଞ୍ଜ କ୍ୟାପ ମିଳିଛି । ସେହିଭିଳି ସର୍ବାଧିକ ୨୫ ୱିକେଟ୍ ହାସଲ କରିଥିବା ପ୍ରସିଦ୍ଧ କୃଷ୍ଣାଙ୍କୁ ପର୍ପଲ କ୍ୟାପ୍ ମିଳିଛି । ୧୪ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁପର ଷ୍ଟ୍ରାଇକର ଅଫ ସିଜିନ ଭାବେ ଚୟନ କରାଯାଇ ଟାଟା କର୍ବ କାର ପ୍ରଦାନ କରାଯାଇଛି ।

dsfggfddgd

କନକ ବ୍ୟୁରୋ : ଆଇପିଏଲ-୨୦୨୫ର ଫାଇନାଲ ମ୍ୟାଚରେ ଆରସିବି ପଞ୍ଜାବକୁ ୬ ରନରେ ପରାସ୍ତ କରି ୧୭ ବର୍ଷ ପରେ ଫାଇନାଲ କପ୍ ହାତେଇଛି । ଆଇପିଏଲ୍ ଫାଇନାଲ ବିଜେତା ଭାବେ ଆରସିବିକୁ ୨୦ କୋଟି ଟଙ୍କା ପୁରସ୍କାର ଭାବେ ମିଳିଛି । ଏହାସହ ରନର୍ସ ଅପ୍   ପଞ୍ଜାବ କିଙ୍ଗ୍ସକୁ ୧୨.୫ କୋଟି ଟଙ୍କା ମିଳିଛି । କେବଳ ସେତିକି ନୁହେଁ ତୃତୀୟ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୭ କୋଟି ଟଙ୍କା ମିଳିଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଗୁଜରାଟ ଟାଇଟନ୍ସକୁ ୬.୫୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । 

ଦଳଗତ ପରେ ବ୍ୟକ୍ତିଗତ ଭାବେ ଚଳିତ ଆଇପିଏଲ ସିଜିନରେ ସବୁଠାରୁ ଅଧିକ ୭୫୯ ରନ୍ କରିଥିବା ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନଙ୍କୁ ଅରେଞ୍ଜ କ୍ୟାପ ମିଳିଛି । ସେହିଭିଳି ସର୍ବାଧିକ ୨୫ ୱିକେଟ୍ ହାସଲ କରିଥିବା ପ୍ରସିଦ୍ଧ କୃଷ୍ଣାଙ୍କୁ ପର୍ପଲ କ୍ୟାପ୍ ମିଳିଛି । ୧୪ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁପର ଷ୍ଟ୍ରାଇକର ଅଫ ସିଜିନ ଭାବେ ଚୟନ କରାଯାଇ   tata curvv କାର ପ୍ରଦାନ କରାଯାଇଛି । 

ସେପଟେ ବ୍ୟକ୍ତିଗତ ଭାବେ ସବୁଠାରୁ ଅଧିକ ପୁରସ୍କାର ପାଇଛନ୍ତି ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନ । ତାଙ୍କୁ ଅରେଞ୍ଜ କ୍ୟାପ ବ୍ୟତୀତ ଅଲ୍ଟିମେଟ୍ ଫାଣ୍ଟାସି ପ୍ଲେୟାର ଅଫ୍ ଦ ସିଜିନ,  ଏମର୍ଜିଂ ପ୍ଲେୟାର ଅଫ୍ ଦ ସିଜିନ ଓ ମୋଷ୍ଟ ବାଉଣ୍ଡ୍ରି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ମୋଷ୍ଟ ସିକ୍ସ ପୁରସ୍କାର ଲକ୍ଷ୍ନୌର ନିକୋଲସ ପୂରନ, ଗ୍ରିନ ଡଟ୍ ବଲ୍ ପୁରସ୍କାର ଗୁଜରାଟର ମହମ୍ମଦ ସିରାଜ ଓ ବେଷ୍ଟ କ୍ୟାଚ୍ ପୁରସ୍କାର ହାଇଦ୍ରାବାଦର କମିନ୍ଦୁ ମେଣ୍ଡିସଙ୍କୁ ପ୍ରଦାନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe