ପାକିସ୍ତାନକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ କଡ଼ା ଚେତାବନୀ, ଆତଙ୍କବାଦକୁ ସମର୍ଥନ କଲେ ସବୁଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି

ବୈଦେଶିକ ମନ୍ତ୍ରୀ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା  ନିଷ୍ପତ୍ତିକୁ ପହଲଗାମ ଆକ୍ରମଣ ପରେ ନିଆଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି କରିଛନ୍ତି । ରାଜ୍ୟସଭାରେ ପହଲଗାମ ଆକ୍ରମଣ ପରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ତାଲିକା ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି , ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛୁ ।

2

କନକ ବ୍ୟୁରୋ : ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ୍‌ ‌ଜୟଶଙ୍କର ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ବୈଦେଶିକ ମନ୍ତ୍ରୀ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା  ନିଷ୍ପତ୍ତିକୁ ପହଲଗାମ ଆକ୍ରମଣ ପରେ ନିଆଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି କରିଛନ୍ତି । ରାଜ୍ୟସଭାରେ ପହଲଗାମ ଆକ୍ରମଣ ପରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ତାଲିକା ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି , ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛୁ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି କହିଛନ୍ତି, ଭାରତ ବର୍ଷ ବର୍ଷ ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି । ଆମେ ଯାହା କହିବୁ ତାହା କରିବୁ। ଆତଙ୍କବାଦକୁ ଏକ ବିଶ୍ୱସ୍ତରୀୟ ଏଜେଣ୍ଡା କରିଥିଲୁ । ମୋଦି ସରକାରଙ୍କ ପ୍ରୟାସ ଯୋଗୁଁ ଏହା ହୋଇପାରିଛି। ଆଜି ଆତଙ୍କବାଦୀଙ୍କ ପାଣ୍ଠି ବନ୍ଦ ହୋଇଯାଇଛି ବୋଲି ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ  । କେବଳ ଏହି ପ୍ରସଙ୍ଗ ନୁହେଁ ସିନ୍ଧୁ ଜଳ ଚୁକ୍ତି ନେଇ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି କି, ଯଦି ପାକିସ୍ତାନ ଏଭଳି ଭାବେ ଆତଙ୍କବାଦକୁ ସମର୍ଥନ ଜାରି ରଖେ ତେବେ ସବୁଦିନ ପାଇଁ ସିନ୍ଧୁ ନଦୀର ଜଳ ବନ୍ଦ ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe