I kill u;  କ୍ରିକେଟ କୋଚ୍ ଗୌତମ ଗମ୍ଭୀରଙ୍କୁ ମାରିଦେବାକୁ ISISର  ଧମକପୂର୍ଣ୍ଣ ମେଲ୍

ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । କୁହାଯାଉଛି ଗମ୍ଭୀରଙ୍କୁ ଏହି ହତ୍ୟା ଧମକ ମେଲ ଜରିଆରେ ମିଳିଛି ।

ଗୌତମ ଗମ୍ଭୀର

ଗୌତମ ଗମ୍ଭୀର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । କୁହାଯାଉଛି ଗମ୍ଭୀରଙ୍କୁ ଏହି ହତ୍ୟା ଧମକ ମେଲ ଜରିଆରେ ମିଳିଛି । ମେଲରେ କେହି ଧମକ ୩ଟି ଶବ୍ଦରେ ଲେଖିଛି ‘ I kill you’ `ଏହି ମେଲ  ବାବଦରେ ଗମ୍ଭୀର ତୁରନ୍ତ ପୋଲିସକୁ ଜଣାଇବା ପରେ ଏହାକୁ ଗୁରୁତର ସହ ନେଇଛି ଦିଲ୍ଲୀ ପୋଲିସ । ପ୍ରାଥମିକ ତଦନ୍ତ ଅନୁସାରେ, ଏହି ମେଲ ISIS କାଶ୍ମୀରରୁ ଆସିଛି । 

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଇମେଲ ପଠାଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି  । ଏଥିପାଇଁ ସାଇବର ସେଲର ଟିମ୍ ଇମେଲ ଟ୍ରାକ କରିବା ସହ ଟେକ୍ନିକାଲ ବିଶ୍ଳେଷଣ କରୁଛି  । ତେବେ ଏଯାଏଁ ଏହି ମେଲ କିଏ ପଠାଇଛି ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe