କ୍ରିକେଟ୍ ଏସିଆ କପ୍‌ରୁ ଓହରି ଯାଇପାରେ ଭାରତ ; ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ୍‌ ପରିଷଦକୁ ଅବଗତ କରାଯାଇଥିବା ସୂଚନା

୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ । କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
44େ

Photograph: (kanakNews)

କନକ ବ୍ୟୁରୋ :୨୦୨୫ ଏସିଆ କପ୍‌ ଖେଳିନପାରେ ଭାରତ । କ୍ରିକେଟ୍ ଏସିଆ କପ୍ ଆୟୋଜନ ଓ ଏଥିରେ ଭାଗ ନେବାରୁ ଓହରିଯାଇପାରେ ଭାରତ । ଏନେଇ ବିସିସିଆଇ ପକ୍ଷରୁ ଏସୀୟ କ୍ରିକେଟ ପରିଷଦକୁ ଅବଗତ କରାଯାଇଥିବାର ସୂଚନା ମିଳିଛି । ଚଳିତବର୍ଷର ପୁରୁଷ ବର୍ଗର ଏସିଆ କପ୍ ଭାରତରେ ଆୟୋଜନ ହେବାର ଥିଲା । ହେଲେ ଏବେ ମିଳିଥିବା ସୂଚନା ଅନୁସାରେ , ବିସିସିଆଇ ଏହାର ଆୟୋଜନ କିମ୍ବା ଏଥିରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି । ସେହିପରି ମହିଳା ଏସିଆ କପ୍ ଆସନ୍ତା ମାସ ଶ୍ରୀଲଙ୍କାରେ ହେବାର ଅଛି । ଏଥିରେ ବି ଭାରତ ଭାଗନେଇ ନ ପାରେ । 

ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ମହସିନ ନକବି ଏବେ ଏସୀୟ କ୍ରିକେଟ୍‌ ପରିଷଦର ମୁଖ୍ୟ ଅଛନ୍ତି । ସେପ୍ଟେମ୍ବରରେ ଏସୀୟ କ୍ରିକେଟ ପରିଷଦର ବୈଠକ ବସୁଛି । ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ଭାରତ-ପାକିସ୍ତାନ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ବିସିସିଆଇ ଏପରି ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe