ହେ ଭଗବାନ ! ଟିକେଟ୍ ପାଇଁ ଏତେ କସରତ । ଜଣଙ୍କ ଉପରେ ଜଣେ ଚଢିଗଲେଣି ..

ଖୋଲିଲା କାଉଣ୍ଚର, ଆରମ୍ଭ ହେଲା ଟିକେଟ୍‌ ବିକ୍ରି । ବାରବାଟୀ ଦିନିକିଆ ପାଇଁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବା ପରେ ଟିକେଟ୍ କିଣିବା ପାଇଁ ଲୋକଙ୍କ ଭିତରେ ସଂଘର୍ଷ। ଟିକେଟ ଅପେକ୍ଷାରେ ଶହ ଶହ କ୍ରିକେଟ ପ୍ରେମୀ ରାତିରୁ ଲଗାଇଥିଲେ ଲମ୍ବା ଲାଇନ୍ । କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାକୁ ଆଗରୁ ସଜାଗ ହୋଇ ଛିଡ଼ା ହୋଇଥିଲେ କମିଶନରେଟ୍ ପୋଲିସ । ହେଲେ କାଉଣ୍ଟର୍ ଖୋଲୁ ଖୋଲୁ ଆରମ୍ଭ ହୋଇଗଲା ବିଶୃଙ୍ଖଳା । 

Ticket

Ticket Photograph: (Kanak News)

ଖୋଲିଲା କାଉଣ୍ଚର, ଆରମ୍ଭ ହେଲା ଟିକେଟ୍‌ ବିକ୍ରି । ବାରବାଟୀ ଦିନିକିଆ ପାଇଁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବା ପରେ ଟିକେଟ୍ କିଣିବା ପାଇଁ ଲୋକଙ୍କ ଭିତରେ ସଂଘର୍ଷ । ଟିକେଟ ଅପେକ୍ଷାରେ ଶହ ଶହ କ୍ରିକେଟ ପ୍ରେମୀ ରାତିରୁ ଲଗାଇଥିଲେ ଲମ୍ବା ଲାଇନ୍ । କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାକୁ ଆଗରୁ ସଜାଗ ହୋଇ ଛିଡ଼ା ହୋଇଥିଲେ କମିଶନରେଟ୍ ପୋଲିସ । ହେଲେ କାଉଣ୍ଟର୍ ଖୋଲୁ ଖୋଲୁ ଆରମ୍ଭ ହୋଇଗଲା ବିଶୃଙ୍ଖଳା । 

ctc
ctc Photograph: (Kanak News)

ବାରବାଟୀ ବ୍ୟାଟେଲର କ୍ରେଜ୍ ଭିତରେ ଟିକେଟ୍ ଖଣ୍ଡିଏ ପାଇବା ପାଇଁ ଭିଡ଼ ଭିତରେ ଜଣେ ଯୁବକ ଅଚେତ ହୋଇ ପଡିଥିବାର ମଧ୍ୟ ସୂଚନା ଆସୁଛି । ସ୍ଥିତି ଏମିତି ଉପୁଜିଛି ଯେ ଚାଲି ଚାଲି ଟିକେଟ୍ ଆଣିବାକୁ ଯାଇଥିବା ଲୋକ ଧାଡିରେ ଛିଡ଼ା ହୋଇଥିବା ଲୋକଙ୍କ କାନ୍ଧରେ ଚଢି ଆସୁଛନ୍ତି । ଏ ଦୃଶ୍ୟ ହିଁ କହୁଛି ଟିକେଟ୍ ପାଇଁ ବାରବାଟୀରେ କେତେ ଭିଡ଼ ଲାଗିଛି । ଯେ ଟିକେଟ୍ ଧରି ଝାଳନାଳ ହୋଇ ବାହାରକୁ ଆସୁଛନ୍ତି କିଛି ସମୟ ଅଟକି ନିଶ୍ବାସ ନେଇ ପାଣି ପିଇ ଘରକୁ ଯାଉଛନ୍ତି । ଆପଣ ଏହାକୁ କ୍ରୀଡାପ୍ରେମୀଙ୍କ ଉତ୍ସାହ ନା ପାଗଳପଣ କହିବେ ନିଜେ ହିଁ ବିଚାର କରନ୍ତୁ । ତେବେ ଏହା ପୂର୍ବରୁ ଟିକେଟ୍ ଖଣ୍ଡିଏ ପାଇଁ ରାତିଅନିଦ୍ରା ରହି ମହିଳା ଏବଂ ବୃଦ୍ଧା ଧାଡିରେ ଛିଡ଼ା ହୋଇଥିଲେ । କାହା ପାଇଁ ଟିକେଟ୍ କିଣୁଛନ୍ତି ବୋଲି ପଚାରିଲେ ଘର ଲୋକ ଆସି ଖେଳ ଦେଖିବେ ବୋଲି ଉତ୍ତର ଦେଉଥିଲେ । କିନ୍ତୁ ଏହା ପଛରେ ସତ୍ୟତା କେତେ ବୋଧହୁଏ ସମସ୍ତେ ଜାଣିଛନ୍ତି । 

ctc 2
ctc 2 Photograph: (Kanak News)

ତେବେ ଆପଣଙ୍କୁ କହିରଖୁଛୁ , ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ୍ । ଏଥିପାଇଁ ରାତିଠୁ ବାରବାଟୀ ଷ୍ଟାଡିୟମ ନିକଟରେ ଲାଗିଛି ଲମ୍ବା ଲାଇନ। କେମିତି ଟିକେଟ ଗୋଟିଏ ମିଳିବ, ସେଇ ଆଶାରେ କ୍ରିକେଟପ୍ରେମୀ। ଅଫଲାଇନ ଟିକେଟ ବିକ୍ରି ହେଉଥିବା ବେଳେ ୧୨ ଘଣ୍ଟା ପୂର୍ବରୁ ଶହ ଶହ ଲୋକ ଲାଇନରେ ଛିଡା ହୋଇଥିଲେ । ଅନଲାଇନ ଟିକେଟରୁ ବଞ୍ଚିତ କ୍ରିକେଟପ୍ରେମୀ ଅଫଲାଇନରେ ଟିକେଟ କରିବାକୁ ବିଭିନ୍ନ ସ୍ଥାନରୁ ଧାଇଁ ଆସିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏସ୍‌ ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ସାଧାରଣ ଦର୍ଶକମାନଙ୍କ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକେଟ୍ ବିକ୍ରି ହେଉଛି। ସହଜରେ ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe