କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ଚୁଡାନ୍ତ ହେଲା ତାଲିକା । ୟୁଏଇରେ ଖେଳାଯିବ ଭାରତ ପାକିସ୍ତାନ-ଭାରତ ମ୍ୟାଚ । ଦୁବାଇରେ ମ୍ୟାଚ ଖେଳିବାକୁ ରାଜି ହେଲା ପାକିସ୍ଥାନ କ୍ରିକେଟ ବୋର୍ଡ(ପିସିବି ) । ୫୦ ଓଭର ବିଶିଷ୍ଟ ମ୍ୟାଚ ପାଇଁ ୟୁଏଇରେ ଖେଳାଯିବ । ଏନେଇ ପିସିବି ମୁଖପାତ୍ର ଅମିର ମୀର ସୂଚନା ଦେଇଛନ୍ତି ।
ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁବା ସହ ଶେଷରେ ହାଇବ୍ରିଡ଼ ମଡ଼େଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ସହମତି ପ୍ରକାଶ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ‘ହାଇବ୍ରିଡ୍ ମଡେଲ’ ଅନୁସାରେ ୟୁଏଇରେ ଭାରତ ବିପକ୍ଷ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ । ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ଆୟୋଜିତ ହେବ ଏବଂ ପାକିସ୍ତାନର ହିଁ ଚାମ୍ପିୟନ୍ସ ଟ୍ରଫି ହୋଷ୍ଟିଂ ବା ଆୟୋଜନ କରିବାର ଅଧିକାର ରହିବ । ଯଦି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ ତେବେ ପିସିବିକୁ ୬୦ ଲକ୍ଷ ଡଲାର ବା ୫୦ କୋଟି ହୋଷ୍ଟିଂ ଫି କ୍ଷତି ସହିବ । ଏପରିକି ଏହା ପିସିବିର ବାର୍ଷିକ ରାଜସ୍ୱ ଉପରେ ଏକ ବଡ଼ ପ୍ରଭାବ ମଧ୍ୟ ପକାଇପାରେ ।
ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ଯାଏଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହେବ । ୨୦୦୮ ମୁମ୍ବାଇ ଆତଙ୍କୀ ହମଲା ପରଠୁ ଭାରତ ପାକିସ୍ତାନକୁ ଯାଇନି କିମ୍ବା ପାକ୍ ମାଟିରେ ଅଦୌ ମ୍ୟାଚ୍ ଖେଳିନାହିଁ । ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଇସିସି କ୍ୟାଲେଣ୍ଡରକୁ ଫେରିଛି ଚାମ୍ପିଅନ୍ସ ଟ୍ରଫି । ୨୦୧୭ରେ ଇଂଲଣ୍ଡରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣରେ ପାକିସ୍ତାନ ଟିମ୍ ବିଜୟୀ ହୋଇଥିଲା, ତେବେ ପୂର୍ବରୁ ୨୦୨୩ରେ ହାଇବ୍ରିଡ୍ ମଡେଲ ଅନୁଯାୟୀ ପାକିସ୍ତାନ ହୋଷ୍ଟିଂ କରିଥିବା ଏସିଆ କପରେ ଭାରତ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା ।
Follow Us