ଭାରତ-ପାକିସ୍ତାନ କଡା ଟକ୍କର;ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ-ଚାମ୍ପିୟନ ଲଢେଇ

ଚାମ୍ପିୟନ୍ସ ଟ୍ରଫିରେ ଆଜି ଚାମ୍ପିୟନଙ୍କ ମଧ୍ୟରେ ଲଢେଇ । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିଙ୍କ ମଧ୍ୟରେ ଯେତେବେଳେ ବି ମ୍ୟାଚ ହୋଇଥାଏ, ସେତେବେଳେ କଡା ଟକ୍କର ଦେଖିବାକୁ ମିଳିଥାଏ । ଭାରତର ପଲ୍ଲା ଅନେକ ସମୟରେ ଭାରି ରହୁଥିଲେ ବି ପାକିସ୍ତାନ ଦଳ କିନ୍ତୁ କଡା ଟକ୍କର ଦେଇଥାଏ । ପାକିସ୍ତାନ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି ।

21egrhy

Photograph: (kanaknews)

କନକ ବ୍ୟୁରୋ :କଡା ଟକ୍କର, ଜୋରଦାର ଲଢେଇ । ଭାରତ ପାକିସ୍ତାନ ମଧ୍ୟରେ ଆଜି ହାଇଭୋଲ୍ଟେଜ ମୁକାବିଲା । ଚାମ୍ପିୟନ୍ସ ଟ୍ରଫିରେ ଆଜି ଚାମ୍ପିୟନଙ୍କ ମଧ୍ୟରେ ଲଢେଇ । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିଙ୍କ ମଧ୍ୟରେ ଯେତେବେଳେ ବି ମ୍ୟାଚ ହୋଇଥାଏ, ସେତେବେଳେ କଡା ଟକ୍କର ଦେଖିବାକୁ ମିଳିଥାଏ । ଭାରତର ପଲ୍ଲା ଅନେକ ସମୟରେ ଭାରି ରହୁଥିଲେ ବି ପାକିସ୍ତାନ ଦଳ କିନ୍ତୁ କଡା ଟକ୍କର ଦେଇଥାଏ । ପାକିସ୍ତାନ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି । ଆଉ ଭାରତ ବଦଲା ନେବା ପାଇଁ ପୂରା ପ୍ରସ୍ତୁତ ଅଛି । ତେବେ ଆସନ୍ତୁ ନଜର ପକାଇବା କିଏ ମାରିବ ବାଜି, କାହାର ପଲ୍ଲା ରହିବ ଭାରି । 

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ତାର ପ୍ରଥମ ମ୍ୟାଚ ନ୍ୟୁଜିଲାଣ୍ଡ ସହ ହାରି ସାରିଛି । ଆଉ ଭାରତ ବାଂଲାଦେଶ ସହ ଜିତି ଚାମ୍ପିୟନ୍ସ ଟ୍ରଫିରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ ଆଜିର ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ୱ ବହନ କରୁଛି କାରଣ ପ୍ରଥମ ମ୍ୟାଚ ହାରି ପାକ ଦଳ ବ୍ୟାକଫୁଟରେ ରହିଛି । ଯଦି ଆଜିର ମ୍ୟାଚରେ ଦଳ ହାରେ ତେବେ ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫିର ଯାତ୍ରା ଗ୍ରୁପ ଷ୍ଟେଜରେ ହିଁ ଶେଷ ହୋଇଯିବ । ସେହିପରି ଭାରତ ପାଇଁ ବି ଏହି ମ୍ୟାଚ କୌଣସି ଅଗ୍ନି ପରୀକ୍ଷାରୁ କମ ନୁହେଁ । ଦଳ ଯଦି ଏହି ମ୍ୟାଚରେ ହାରେ ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ପାଇଁ ଜିତିବା କାଠିକରପାଠ ହୋଇପାରେ । ତେଣୁ ପାକିସ୍ତାନଠାରୁ ମ୍ୟାଚ ଜିତିବାକୁ ଭାରତୀୟ ଟିମ ନିଜ ରଣନୀତି ପ୍ରସ୍ତୁତ କରିସାରିଲାଣି । 

ଦୁବାଇ ପିଚ୍ ପାକିସ୍ତାନ ଖେଳାଳିଙ୍କ ପାଇଁ ଅନୁକୂଳ ରହିବ ।  କାରଣ ପାକିସ୍ତାନ ସର୍ବାଧିକ ଦିନିକିଆ ମ୍ୟାଚ ଦୁବାଇରେ ଖେଳିଛି । ପାକିସ୍ତାନ ୨୨ ଦିନିକିଆ ମ୍ୟାଚ ଏଠାରେ ଖେଳିଛି ଯେଉଁଠି ୧୩ ମ୍ୟାଚରେ ପରାଜୟର ସାମ୍ନା କରିଛି । ସେହିପରି ଭାରତ ୭ ମ୍ୟାଚ ଖେଳିଛି ଦୁବାଇରେ ଯେଉଁଠି ସେ ସବୁ ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟପଟେ ଭାରତୀୟ ଦଳର ଖେଳାଳିମାନେ ଆଇପିଏଲର ଅଧିକାଂଶ ମ୍ୟାଚରେ ଦୁବାଇରେ ଖେଳିଛନ୍ତି । ତେଣୁ ଦୁବାଇର ପିଚ୍ ସହ ଭାରତୀୟ ଖେଳାଳି ବି ବେଶ ଅଭ୍ୟସ୍ତ । ତେଣୁ ଦୁବାଇରେ ଦମ ଦେଖାଇବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । 

ଦିନିକିଆରେ ଭାରତ-ପାକିସ୍ତାନ ୧୩୫ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୫୭ ଥର ବିଜୟୀ ହୋଇଥିଲା ବେଳେ ପାକିସ୍ତାନ ୭୩ଥର ବିଜୟୀ ହୋଇଛି । ଆଉ ୫ଟି ମ୍ୟାଚର ଫଳାଫଳ ସାମ୍ନାକୁ ଆସିନାହିଁ । ସେପଟେ ଦୁବାଇରେ ଭାରତ ପାକିସ୍ତାନ ୨ଥର ମୁହାଁମୁହିଁ ହୋଇଛନ୍ତି ଯେଉଁଥିରେ ଭାରତ ୨ଥର ଯାକ ବାଜି ମାରିନେଇଛି । ତେଣୁ ଦୁବାଇରେ ଭାରତ ପାକିସ୍ତାନକୁ କଡା ଟକ୍କର ଦେବ ବୋଲି ଆଶା ରଖିଛନ୍ତି ଫ୍ୟାନ । 

ଭାରତ ଶେଷଥର ପାଇଁ ୨୦୧୩ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ସେହିପରି ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଥିଲା । ଅର୍ଥାତ କହିବାକୁ ଗଲେ ଆଜିର ମ୍ୟାଚରେ ଚାମ୍ପିୟନ ଚାମ୍ପିୟନ ମଧ୍ୟରେ ଫାଇଟ୍ ହେବ । ୮ ବର୍ଷର ବ୍ୟବଧାନ ପରେ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହୋଇଛି । ଆଉ ଏହି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଖରେ ବଦଲା ନେବାର ସୁଯୋଗ ରହିଛି । ୨୦୧୭ରେ ଫାଇନାଲରେ ପରାଜୟର ଦାଗ ଭାରତରୁ ମନରୁ ଏବେ ବି ଲିଭିନି ତେଣୁ ଭାରତ ଏହି ଟ୍ରଫି ଜିତି ପାକିସ୍ତାନକୁ କଡା ଜବାବ ଦେଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe