ଆଜି ଓଡିଶା ଆସିବେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି ; ରାଜଧାନୀରେ କଡା ସୁରକ୍ଷା

ସୁପର ସଣ୍ଡେରେ ବାରବାଟୀ ଗ୍ରାଉଣ୍ଡରେ ସୁପର ଫାଇଟ୍। ଆଜି ସଂଧ୍ୟାରେ ଓଡ଼ିଶାରେ ପହଞ୍ଚିବେ ଉଭୟ ଇଣ୍ଡିଆ-ଇଂଲଣ୍ଡ ଖେଳାଳି ।  ଆସନ୍ତାକାଲି ଅଭ୍ୟାସ ଓ ରବିବାର ଖେଳାଯିବ ଦ୍ବିତୀୟ ଦିନିକିଆ । ବିମାନ ବନ୍ଦର, ହୋଟେଲ ସହ ଟ୍ବିନ ସିଟିର ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ।

ବାରବାଟୀ ମ୍ୟାଚ୍

ବାରବାଟୀ ମ୍ୟାଚ୍ Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ । ଉଭୟ ଦଳର ଖେଳାଳି ଗୁରୁବାର ପ୍ରଥମ ମ୍ୟାଚ ଖେଳିସାରି ନାଗରପୁରରୁ ସିଧାସଳଖ ଏଠାକୁ ଆସିବେ । ସ୍ବତନ୍ତ୍ର ବିମାନ ରାତି ୭ଟା ୪୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରେ ଅବତରଣ କରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳି ମାନଙ୍କୁ ହୋଟେଲକୁ ନିଆଯିବ। ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।  

ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ । ଗୁରୁବାର ଅପରାହ୍ନରେ । କମିଶନରେଟ ପୋଲିସ ତରଫରୁ କାରକେଡ ରିହର୍ସାଲ କରାଯାଇଛି । କିପରି ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲକୁ ଏବଂ ସେଠାରୁ ଷ୍ଟାଡିୟମକୁ ନିଆଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । 

ସେହିପରି ଏହି ସ୍ବତନ୍ତ୍ର ଅତିଥି ମାନଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ରହିଛି ଭୁବନେଶ୍ବରର ହୋଟେଲ ମେ’ ଫେୟାର । ପାରମ୍ପରିକ ନୃତ୍ୟଗୀତ ସାଙ୍ଗକୁ ଶଙ୍ଖନାଦରେ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ସ୍ବାଗତ କରାଯିବ । ମାଣ୍ଡିଆରୁ ପ୍ରସ୍ତତ ମଣ୍ଡା ପିଠା ସାଙ୍ଗକୁ ଅନ୍ୟାନ୍ୟ ପିଠା, ମିଠା ଓ ଓଡ଼ିଆ ଘରର ସୁସ୍ବାଦୁ ବ୍ୟଞ୍ଜନ ଅତିଥି ମାନଙ୍କୁ ପରସାଯିବ । ରହିବା ଠାରୁ ଆରମ୍ଭ କରି ଯିବା ଯାଏ ଖେଳାଳି ମାନଙ୍କ ଆଥିତେୟତାରେ ଯେଭଳି କୌଣସି ତ୍ରୁଟି ନହେବ ସେଉପରେ ବିଶେଷ ଧ୍ୟାନ ଦେଇଛନ୍ତି ହୋଟେଲ କର୍ତ୍ତୃପକ୍ଷ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe