କନକ ବ୍ୟୁରୋ: ହିନ୍ଦୁ ପୂଜାରୀ ତଥା ବାଂଲାଦେଶର ପୂର୍ବତନ ଇସ୍କନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫଦାରୀକୁ ନେଇ ଭାରତ-ବାଂଲା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ବାଂଲାଦେଶ ସମେତ ଭାରତରେ ମଧ୍ୟ ଇସ୍କନ ସମେତ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବାଦର ସ୍ୱର ଉଠିଛି। ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦବେଗ ପ୍ରକାଶ କରିଛି। ଏହାକୁ ନେଇ ଜବାବ ରଖିଛି ବାଂଲାଦେଶ, ହିନ୍ଦୁ ସମ୍ପ୍ରଦାୟର ନେତା ନୁହେଁ ବରଂ ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଅନ୍ତରୀଣ ସରକାରର ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ପରାମର୍ଶଦାତା ଆସିଫ ମହମ୍ମଦ। 

Advertisment
  • ଇସ୍କନ ଉପରେ ପ୍ରତିବନ୍ଧକ ପାଇଁ କୋର୍ଟରେ ଆବେଦନ
  • ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଜାରି ରହିଛି ବର୍ବରତା

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ସେମାନଙ୍କୁ ଏକଜୁଟ କରିବାରେ ନେତୃତ୍ୱ ନେଉଥିଲେ ଚିନ୍ମୟ କୃଷ୍ଣ ଦାସ। ସୋମବାର ଢାକା ବିମାନବନ୍ଦରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ବାଂଲାଦେଶର ଜାତୀୟ ପତାକାକୁ ସେ ଅପମାନିତ କରିଥିବା ଅଭିଯୋଗ ହୋଇଛି। ବାଂଲାଦେଶରେ ଇସ୍କନ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ଦାଖଲ ହୋଇଛି। ଏସବୁ ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବର୍ବୋରଚିତ ଅତ୍ୟାଚାର ଆରମ୍ଭ ହୋଇଛି। ହିନ୍ଦୁ ମନ୍ଦିର ଉପରେ ଟେକା ପଥର ଫିଙ୍ଗିବା ସହ ହିନ୍ଦୁ ମାନଙ୍କ ଘରେ ପଶି ମାଡ଼ ମାରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତରୁ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠିଛି।

ବିଭିନ୍ନ ପ୍ରସଙ୍ଗକୁ ନେଇ ପଡ଼ୋଶୀ ଦେଶ ସହ ବିଗିଡ଼ିବାରେ ଲାଗିଛି ଭାରତର ସର୍ମ୍ପକ। ମୂଳରୁ ପାକିସ୍ତାନ ସହ କାଶ୍ମୀର ପ୍ରସଙ୍ଗରେ ବିବାଦ ଲାଗି ରହିଥିବା ବେଳେ ପରେ ଶ୍ରୀଲଙ୍କା ଓ ବର୍ତ୍ତମାନ ବାଂଲାଦେଶ ସହ ଭାରତର ସର୍ମ୍ପକ ଖରାପ ବନ୍ଧୁତାରୁ ତିକ୍ତତା ଆଡ଼କୁ ଯାଉଛି। ଯେବେଠୁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଓହରିଛନ୍ତି ସେବେଠୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଛି।