କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ ମୁକାବିଲା । ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଏଥର ୫ ସ୍ପିନରଙ୍କୁ ନେଇ ଟୁର୍ଣ୍ଣାମେଣ୍ଟକୁ ଯାଇଛି ରୋହିତ ବାହିନୀ । ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲା ହାଇସ୍କୋରିଂ ଓ ରୋମାଞ୍ଚକର ହେବ ବୋଲି ଦର୍ଶକ ଅପେକ୍ଷା କରିଛନ୍ତି । ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ଜାଦୁ ଦେଖିବାକୁ ଚାହିଁବସିଛନ୍ତି କ୍ରିକେଟ ପ୍ରେମୀ । କିଛି ଦିନ ତଳେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଛି ଦଳ ଚାମ୍ପିୟନ ହେବାର ସାମର୍ଥ । ତେବେ ଭାରତ ଦିନିକିଆ କ୍ରିକେଟର ପାବାର ହାଉସ । ବୁମରା ନାହାଁନ୍ତି । ଜୟସ୍ୱାଲ ବି ନାହାନ୍ତି । ହେଲେ ସାମିଙ୍କ କମବ୍ୟାକ ଦଳକୁ ଶକ୍ତିଶାଳୀ ଓ ସନ୍ତୁଳିତ କରିଛି । ଅନ୍ୟପଟେ ବାରବାଟୀରେ ରୋହିତ ଶର୍ମା ଫର୍ମ ଫେରିପାଇବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ । ଅନ୍ୟପଟେ ବିରାଟ କୋହଲି ବଡ ଟୁର୍ଣ୍ଣାମେଣ୍ଟରେ ଲୟକୁ ଫେରିବାର ନଜିର ରହିଛି । ସେହିପରି ଶୁଭମନ ଗିଲ, ଶ୍ରେୟସ ଆୟାର, ଅକ୍ଷର ପଟେଲ ଜବରଦସ୍ତ ଫର୍ମରେ ଅଛନ୍ତି।
ଆଜି ଚାମ୍ପିୟନ୍ସ ଟ୍ରଫିରେ ହାଇଭୋଲ୍ଟେଜ ମୁକାବିଲା ; ବାଂଲାଦେଶକୁ ଭେଟିବ ଭାରତ
ଚାମ୍ପିୟନ୍ସ ଟ୍ରଫିରେ ଆଜି ହାଇଭୋଲଟେଜ ମୁକାବିଲା । ଦୁବାଇରେ ଭାରତ-ବାଂଲାଦେଶ ମଧ୍ୟର ଟକ୍କର । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରୋହିତ ବାହିନୀ । ସେପଟେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରିଲା ପାକିସ୍ତାନ।
/kanak/media/media_files/2025/02/20/Wpyw1EmLFBUE5kSfSPZm.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)