ଇଂଲଣ୍ଡ ବିପକ୍ଷରେ ୧୮ ଜଣିଆ ଭାରତୀୟ ଟିମ୍ ଘୋଷଣା । ଶୁବମନ୍ ଗିଲ ଅଧିନାୟକ ଓ ଋଷଭ ପନ୍ତ ଉପଅଧିନାୟକ

ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୦୨୫ ଜୁନ ୨୦ରୁ ଆରମ୍ଭ ହେବ, ଯାହା ୨୦୨୫-୨୭ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶ । ତାମିଲନାଡୁର ବାମହାତୀ ବ୍ୟାଟର ସାଇ ସୁଦର୍ଶନଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ମିଳିଛି, ଯିଏ ଆଇପିଏଲ ୨୦୨୫ ଏବଂ ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।

SDFFFSDFSFDF

କନକ ବ୍ୟୁରୋ :  ଯୁବ ଅଧିନାୟକଙ୍କ ନେତ୍ତୃତ୍ବରେ ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଏଥର ଇଂଲଣ୍ଡର ବ୍ୟାଟରଙ୍କୁ ଚିନ୍ତାରେ ପକାଇବେ ଭାରତୀୟ ସ୍ପିଡ ଷ୍ଟାର୍ । ବୋଲିଂରେ ଭାରତ ପାଖରେ ରାଫେଲ ,ସୁଖୋଇ ଓ ମିଗ୍ ବିମାନ ପରି ଦ୍ରୁତ ବୋଲର ରହିଛନ୍ତି ଅର୍ଥାତ ବୁମରା ,ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା । ଫାଷ୍ଟ ପିଚ ଥିବା ଇଂଲଣ୍ଡରେ ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ଭାରତୀୟ ବୋଲିଂ ଅଗ୍ନୀ ପରୀକ୍ଷା  ସାଜିବ । ବିସିସିଆଇ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା କରିଛି । ୨୫ ବର୍ଷୀୟ ଶୁଭମନ ଗିଲଙ୍କୁ ନୂଆ ଟେଷ୍ଟ ଅଧିନାୟକ ନିଯୁକ୍ତ କରାଯାଇଛି, ଏବଂ ରିଷଭ ପନ୍ତଙ୍କୁ ଉପଅଧିନାୟକ କରାଯାଇଛି । ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୦୨୫ ଜୁନ ୨୦ରୁ ଆରମ୍ଭ ହେବ, ଯାହା ୨୦୨୫-୨୭ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଂଶ । ତାମିଲନାଡୁର ବାମହାତୀ ବ୍ୟାଟର ସାଇ ସୁଦର୍ଶନଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ମିଳିଛି, ଯିଏ ଆଇପିଏଲ ୨୦୨୫ ଏବଂ ଘରୋଇ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଅଭିମନ୍ୟୁ ଈଶ୍ୱରନ କ୍ରମାଗତ ଭାବେ ଭାରତୀୟ ଏ ଦଳ ପାଇଁ ଖେଳିଛନ୍ତି ହେଲେ ଜାତୀୟ  ଦଳରେ ଅଭିମନ୍ୟୁଙ୍କୁ ସୁଯୋଗ ମିଳିନଥିଲା,  କିନ୍ତୁ ଆଗାମୀ ଇଂଲଣ୍ଡ ଗସ୍ତରେ ଅଭିମନ୍ୟୁଙ୍କୁ ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିପାରେ ।  ଅନ୍ୟପଟେ ଭେଟେରାନ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରୁ ବାଦ ଦିଆଯାଇଛି, କାରଣ ଶାମିଙ୍କ ଫିଟନେସ ଏବଂ ଦୀର୍ଘ ସ୍ପେଲ ବୋଲିଂ କରିବାରେ ଅସମର୍ଥତା ନେଇ ବିସିସିଆଇ ଚିନ୍ତିତ । ମୁଖ୍ୟ ଚୟନକର୍ତ୍ତା  ଅଜିତ ଅଗାରକର କହିଛନ୍ତି, ଶାମିଙ୍କୁ ବାଦ ଦେବା ଦୁର୍ଭାଗ୍ୟଜନକ, କିନ୍ତୁ ତାଙ୍କ ଶରୀର ଟେଷ୍ଟ କ୍ରିକେଟର ଚାପ ସହିବାକୁ ପ୍ରସ୍ତୁତ ନୁହେଁ । ଜସପ୍ରୀତ ବୁମରାଙ୍କୁ ମାତ୍ର ତିନୋଟି ଟେଷ୍ଟ ପାଇଁ ବିଚାର କରାଯାଇଛି, ଏବଂ ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା ଏବଂ ଆକାଶ ଦୀପ ପେସ ଆକ୍ରମଣକୁ ନେତୃତ୍ୱ ଦେବେ ।

ଶୁଭମନ ଗିଲ (ଅଧିନାୟକ), ରିଷଭ ପନ୍ତ, ଯଶସ୍ୱୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ

ଇଂଲଣ୍ଡ ଗସ୍ତ ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରଦର୍ଶନ ଭିତ୍ତିରେ  ଇଂଲଣ୍ଡରେ ଭାରତର ୱିନିଂ ରେକର୍ଡ ବା ସିରିଜ ବିଜୟ ସେତାଟା ଭଲ ନାହିଁ । କ୍ରିକେଟ ଫ୍ୟାନ୍ସ ଚାହିଁବେ ଗିଲଙ୍କ ନେତ୍ତ୍ବତ୍ବରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଇଂଲଣ୍ଡରେ ବିଜୟର ବାନା ଉଡେଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe