କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଛି ସିରିଜ୍ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ୍ ପାଇଁ ଫିଟ୍ ନାହାନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ବିଶ୍ରାମ ନେଇଛନ୍ତି । ସେପଟେ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ଭାରତର ଦୁଇ ନୂଆ କ୍ରିକେଟର ।
ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି ଭାରତର ଉଦୀୟମାନ କ୍ରିକେଟର ଜଶସ୍ୱୀ ଜୟସ୍ୱାଲ । ଟି-ଟ୍ବେଣ୍ଟିରେ ଜଲ୍ୱା ଦେଖାଇବା ପରେ ଏବେ ଦିନିକିଆରେ ସୁଯୋଗ ପାଇଛନ୍ତି । ଏହାସହ ଫାଷ୍ଟ ବୋଲର ହର୍ଷିତ ରାଣା ମଧ୍ୟ ଦିନିକିଆରେ ଡେବ୍ୟୁ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ବୋଲିଂ ଧାର ଦେଖାଇବା ପରେ ଏବେ ତାଙ୍କୁ ଦିନିକିଆ ଦଳରେ ବି ସାମିଲ କରାଯାଇଛି । ଉଭୟ ଦମ୍ଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ଟସ୍ ପରେ କ୍ୟାପ୍ଟେନ୍ ରୋହିତ ଶର୍ମା କହିଛନ୍ତି ଯେ, ଆମେ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲୁ । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଆକ୍ରାମକ ଆଭିମୁଖ୍ୟ ଆପଣାଇବାକୁ ଚେଷ୍ଟା କରିବୁ । ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ । ସେପଟେ ଟି-ଟ୍ବେଣ୍ଟି ସିରିଜ ପରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ସିନିୟର ବ୍ୟାଟର ଜୋ ରୁଟ୍ ।
ଭାରତୀୟ ଦଳ
ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର, ଶୁଭମନ ଗିଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ଶାମି
ଇଂଲଣ୍ଡ ଦଳ
ବେନ୍ ଡକେଟ୍, ଫିଲିପ୍ ସଲ୍ଟ,, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋଶ୍ ବଟଲର୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜ୍ୟାକବ୍ ବିଥେଲ୍, ବ୍ରାଇଡନ୍ କାର୍ସ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍, ସାକିବ୍ ମହମ୍ମଦ ।
Follow Us