କନକ ବ୍ୟୁରୋ : ଶିଶୁ ଦିବସରେ ଟଳିପଡ଼ିଲେ ପ୍ରଧାନଶିକ୍ଷକ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ପଲ୍ଲିଶ୍ରୀ ପଞ୍ଚାୟତ ହାଇସ୍କୁଲରେ ଘଟିଛି ଅଘଟଣ । ଆଜି ଶିଶୁ ଦିବସ ଉତ୍ସବ ଚାଲିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ଦାସଙ୍କ ଅକାଳ ବିୟୋଗ ଘଟିଛି ।

Advertisment

କାର୍ଯ୍ୟକ୍ରମ ଚାଲିଥିବା ବେଳେ ଚେୟାରରେ ବସିଥିବା ଅବସ୍ଥାରେ ହିଁ ଶିକ୍ଷକଙ୍କ ଜୀବନ ଚାଲିଯାଇଥିଲା । କଣ୍ଟାବାଞ୍ଜି ମେଡିକାଲରେ ଉକ୍ତ ଶିକ୍ଷକଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।