କନକ ବ୍ୟୁରୋ: ସୁନା କିଣୁଥିଲେ ସାବଧାନ୍ । ଆପଣ ବି ହେଇପାରନ୍ତି ଠକାମୀର ଶିକାର । କାହିଁକି ନା, ସୁନା ଦୋକାନରେ ଓଜନ ମାପରେ ଠକୁଛନ୍ତି ଦୋକାନୀ । ଆଉ ଆଜି ଏ ସମ୍ପର୍କରେ ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ସୂଚନା ମୁତାବକ, ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ତେବେ ବିଧାନସଭାରେ ଏନେଇ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା । ବିଗତ ପାଞ୍ଚ ବର୍ଷରେ କେଉଁ ସୁନା ଗହଣା ଦୋକାନରେ ମାନକ ଓ ମାପକରେ ତ୍ରୁଟି ଧରାଯାଇ ସେମାନଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ସେ ସମ୍ପର୍କରେ ପଚାରିଥିଲେ ବିଧାୟକ । ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ସୂଚନା ମୁତାବକ, କିଛି ଦୋକାନୀ ଓଜନ ମାପକରେ ଠକେଇ କରୁଛନ୍ତି । ଆଉ ସରକାର ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ସୁନା କିଣୁଥିଲେ ସାବଧାନ୍ । ଆପଣ ବି ହେଇପାରନ୍ତି ଠକାମୀର ଶିକାର
ସୁନା କିଣୁଥିଲେ ସାବଧାନ୍ । ଆପଣ ବି ହେଇପାରନ୍ତି ଠକାମୀର ଶିକାର । କାହିଁକି ନା, ସୁନା ଦୋକାନରେ ଓଜନ ମାପରେ ଠକୁଛନ୍ତି ଦୋକାନୀ । ଆଉ ଆଜି ଏ ସମ୍ପର୍କରେ ଖୁଲାସା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ସୂଚନା ମୁତାବକ, ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି
/kanak/media/media_files/2025/02/19/xShHhyud4jcRSTuF6F7x.jpg)