ଧର୍ମଶାଳା ଚକ୍ରଧରପୁରରେ ୪ ବର୍ଷ ଧରି ଚୋରାରେ ଚାଲିଛି କ୍ରସର, ପଥର ଗୁଣ୍ଡ ପଡ଼ି ଉର୍ବରତା ହରାଉଛି ଚାଷ ଜମି, ଲିଖିତ ଅଭିଯୋଗ ପରେ ବି ପ୍ରଶାସନ ଚୁପ୍

ଚାଷ ପ୍ରଭାବିତ ହେବାରୁ ଚାଷୀମାନେ ଅତିଷ୍ଠ ହୋଇ ୫ ମାସ ତଳୁ ଯାଜପୁର ଜିଲ୍ଳାପାଳ, ଧର୍ମଶାଳା ତହସିଲଦାର, ଆର.ଆଇଙ୍କୁ ଅଭିଯୋଗ କରିସାରିଛନ୍ତି । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନେହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ବେଆଇନ୍‌ କ୍ରସର କାରବାରକୁ ପ୍ରଶାସନ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । 

þòòþòþòþZòþò

କନକ ବ୍ୟୁରୋ : ଧର୍ମଶାଳା ତହସିଲର ଚକ୍ରଧରପୁର ପଞ୍ଚାୟତ ବିଛାଖଣ୍ଡି ମୌଜାରେ ରହିଛି ବଜରଙ୍ଗୀ କ୍ରସର । ମେଗା କ୍ରସରଟି ୪ବର୍ଷ ହେବ ବେଆଇନ୍ ଭାବେ ଗୋଚର ଜମିରେ ଚାଲୁଥିବା ବେଳେ ପ୍ରଦୂଷଣ ରୋକିବା  ନିମନ୍ତେ କ୍ରସର ମାଲିକ କୌଣସି ପଦକ୍ଷେପ ନେଉନଥିବା ଜଣାପଡ଼ିଛି । କ୍ରସରରୁ ନିର୍ଗତ ପଥର ଗୁଣ୍ଡ ପଡ଼ି ଚାଷ କ୍ଷତିଗ୍ରସ୍ତ ହେଉଛି । କ୍ରସର ଡଷ୍ଟ ଯୋଗୁଁ ନିକଟସ୍ଥ ଶ୍ୟାମସୁନ୍ଦରପୁର, ମହୁଲଖଲି, ବାଘୁଆ, ମକୁନ୍ଦପୁର ମୌଜାର ଏକର ଏକର ଜମି ଉର୍ବରତା ହରାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଚାଷ ପ୍ରଭାବିତ ହେବାରୁ ଚାଷୀମାନେ ଅତିଷ୍ଠ ହୋଇ ୫ ମାସ ତଳୁ ଯାଜପୁର ଜିଲ୍ଳାପାଳ, ଧର୍ମଶାଳା ତହସିଲଦାର, ଆର.ଆଇଙ୍କୁ ଅଭିଯୋଗ କରିସାରିଛନ୍ତି । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନେହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି । ବେଆଇନ୍‌ କ୍ରସର କାରବାରକୁ ପ୍ରଶାସନ ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । 

ଜିଲ୍ଳା ପ୍ରଶାସନ ତୁରନ୍ତ ଏହି ଘଟଣାର ସରଜମିନ ତଦନ୍ତ କରି ବେଆଇନ ଭାବେ ଚାଲିଥିବା କ୍ରସର ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe