ଦୃଶ୍ୟମ ସିନେମାର ପ୍ରଭାବ : ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ସିନେମା ଦୃଶ୍ୟମ ଷ୍ଟାଇଲରେ ହତ୍ୟା । ପ୍ରେମିକ ସହ ମିଶି ସ୍ବାମୀଙ୍କ ହତ୍ୟା କରି ଗିରଫ ହେଲା ଅଭିଯୁକ୍ତ ପତ୍ନୀ । ମୁମ୍ବାଇ ନାଲସୋପାରରୁ ଆସିଛି ଘଟଣା  ।

aJAY

Photograph: (KANAKNEWS)

କନକବ୍ୟୁରୋ : ସିନେମା ଦୃଶ୍ୟମ ଷ୍ଟାଇଲରେ ହତ୍ୟା । ପ୍ରେମିକ ସହ ମିଶି ସ୍ବାମୀଙ୍କ ହତ୍ୟା କରି ଗିରଫ ହେଲା ଅଭିଯୁକ୍ତ ପତ୍ନୀ । ମୁମ୍ବାଇ ନାଲସୋପାରରୁ ଆସିଛି ଘଟଣା  । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ଘର ପରିସରରେ ୬ଫୁଟର ଗାତ ଖୋଳି ପୋତିଥିଲେ ଉଭୟ ଅଭିଯୁକ୍ତ ।

କାଳେ ଧରାପଡିଯିବେ ଏନେଇ ଗାତକୁ ଟାଇଲ ଲଗାଇବା ସହ ତା ଉପରେ ଗଛକୁଣ୍ଡ ଥୋଇଥିଲେ । ତେବେ ସର୍ମ୍ପକୀୟ ଭାଇ ବିଜୟଙ୍କୁ ଖୋଜି ଖୋଜି ଘରେ ପହଁଚିବା ପରେ ସନ୍ଦେହଜାତ ହୋଇଥିଲା । ଘରର କୋଣରେ ନୂଆ କରି ଟାଇଲସ ବିଛାଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରିବା ପରେ ସନ୍ଦେହ ବଢ଼ିଥିଲା । ଖୋଳୁ ଖୋଳୁ ମିଳିଥିଲା ବିଜୟଙ୍କ ପୋଚା ଶବ  । ପରେ ପୁଲିସକୁ ଖବର ଦେବା ପରେ ଫେରାର ଅଭିଯୁକ୍ତଙ୍କ ଖୋଜ ଚାଲିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe