ଫେଲ ମାରିଲା ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ । ମହଙ୍ଗା ପଡ଼ିଲା କିଙ୍ଗ କୋହଲିଙ୍କୁ ଚାଲେଞ୍ଜ କରିବା ।

ଏବେ ସୋସିଆଲ ମିଡିଆରେ ହେବାକୁ ପଡୁଛି ଟ୍ରୋଲ । ମ୍ୟାଚ ପୂର୍ବରୁ ଭାରତ ହାରିବ ବୋଲି କହିଥିଲେ ବାବା ଅଭୟ ସିଂହ ।

ବାବାଙ୍କ ଭବିଷ୍ୟବାଣୀ ଫେଲ୍‌

ବାବାଙ୍କ ଭବିଷ୍ୟବାଣୀ ଫେଲ୍‌ Photograph: (kanakNews)

କନକ ବ୍ୟୁରୋ : ଭୁଲ୍‌ ହୋଇଗଲା ଆଇଆଇଟି ବାବାଙ୍କ ଗଣନା । ମିଛରେ କରିଥିଲେ ଭବିଷ୍ୟବାଣୀ । ବିରାଟ କୋହଲିଙ୍କୁ ଚାଲେଞ୍ଜ କରିବା ଏବେ ମହଙ୍ଗା ପଡ଼ିଛି ଆଇଆଇଟି ବାବା ଭାବେ ପରିଚିତ ଅଭୟ ସିଂହଙ୍କୁ । ଭାରତର ବିଜୟ ପରେ ଏବେ ଖୁବ ଟ୍ରୋଲ ହେଉଛନ୍ତି ବାବା । ସୋସିଆଲ ମିଡିଆରେ ବାବାଙ୍କୁ ଭଣ୍ଡ ବହିବା ସହ ଗାଳି କରୁଛନ୍ତି ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସ । ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତ ହାରିଯିବ ବୋଲି ଦାବି କରିଥିଲେ ଅଭୟ ସିଂହ । 

କୋହଲିଙ୍କୁ ଚାଲେଞ୍ଜ କରିବାକୁ ମଧ୍ୟ ପଛାଇ ନଥିଲେ । କହିଥିଲେ ବିରାଟଙ୍କୁ କହିଦିଅ ଯେତେ ଚେଷ୍ଟା କଲେ ବି ଦଳ ହାରିଯିବ । କିନ୍ତୁ ବାବାଙ୍କ ଭବିଷ୍ୟବାଣୀ ଓଲଟା ହୋଇଛି । ପାକିସ୍ତାନକୁ ୬ ୱିକଟରେ ହରାଇ ମ୍ୟାଚ୍ ଜିତି ନେଇଛି ରୋହିତ ବାହିନୀ। ଆଉ ଶତକ ମାରି ଏହି ମ୍ୟାଚର ହିରୋ ପାଲଟିଛନ୍ତି ବିରାଟ । ଯାହାପରେ ବାବାକୁ ଟ୍ରୋଲ ହେବାକୁ ପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe