ଚାଉଳ ଡ଼ବାରୁ କେମିତି କାଢିବେ ପୋକ?
Photo Credit : Kanak News
ପ୍ରତିଟି ରୋଷେଇ ଘରର ଏବଂ ଘରଣୀଙ୍କର ବଡ଼ ଚିନ୍ତା ହେଉଛି ଚାଉଳ ଡ଼ବାରୁ କେମିତି ପୋକ ବାହାର କରିବା? କିନ୍ତୁ ଯଦି ଘରୋଇ ଉପାୟ ଆପଣାଇବେ ତାହେଲେ ବିନା କ୍ୟାମିକାଲ୍ ବଟିକା ପ୍ରୟୋଗ କରି ମଧ୍ୟ ପୋକ ବାହାର କରାଯାଇପାରିବ ।
Photo Credit : google
ଚାଉଳ ଡ଼ବାରେ ଗୋଟା ଶୁଖିଲା ଲଙ୍କା ପକାଇ ଖୋଲାରେ ଖରା ତଳେ କମ୍ ସମୟ ପାଇଁ ରଖିଦିଅନ୍ତୁ । ଖରା ସାଙ୍ଗକୁ ଶୁଖିଲା ଲଙ୍କା ଯେକୌଣସି ଖାଦ୍ୟପଦାର୍ଥରୁ ପୋକକୁ ବାହାର କରିବା ପାଇଁ ରାମବାଣ ଔଷଧ ସାବ୍ୟସ୍ତ ହେବ ।
Photo Credit : google
ଚାଉଳରୁ ପୋକ ବାହାର କରିବା ପାଇଁ କଅଁଳିଆ ନିମ୍ବପତ୍ର , ରସୁଣ , ଲବଙ୍ଗ ଏବଂ ଗୋଲମରିଚ ବାଟି ଗୋଟିଏ ପେଷ୍ଟ୍ ତିଆରି କରନ୍ତୁ । ପେଷ୍ଟକୁ ଗୋଲାକାର ବଟିକାର ରୂପ ଦେଇ ଖରାରେ ଶୁଖାନ୍ତୁ । ୨୪ ଘଣ୍ଟା ପରେ ଏହି ବଟିକାକୁ ଚାଉଳ ରଖୁଥିବା ଡ଼ବାରେ ରଖି ବିନା ଢାଙ୍କୁଣି ଦେଇ ଖୁବ୍ କମ୍ ସମୟ ପାଇଁ ଖରାରେ ଶୁଖାଇ ଦିଅନ୍ତୁ । ପୋକ ଲାଗିବେ ନାହିଁ ।
Photo Credit : google
ଡ଼ବାରେ ୨ ରୁ ୩ ଟି ଦିଆସିଲି ବାକ୍ସର କାଠି ଢାଳି ଦିଅନ୍ତୁ । ଚାଉଳ ସହ ପ୍ରତିଟି କାଠି ଭଲ ଭାବରେ ବିଛେଇ ହେବା ଦରକାର । ଏହି ଡ଼ବାକୁ କମ୍ ସମୟ ପାଇଁ ଖରାରେ ଶୁଖାଇ ଦିଅନ୍ତୁ । ସଙ୍ଗେ ସଙ୍ଗେ ପୋକ ବାହାରିପଡ଼ିବେ ।
Photo Credit : google
ଚାଉଳରେ ଯଦି ଅଧିକ ପୋକ ହୋଇଯାଇଛି ତାହେଲେ ଗୋଟାଲୁଣ ବ୍ରହ୍ମାସ୍ତ୍ର ଭଳି କାମ କରିବ । କିଲେ ଚାଉଳରେ ୧୦୦ ଗ୍ରାମ୍ ଗୋଟାଲୁଣ ପକାଇ ଖରାରେ କମ୍ ସମୟ ପାଇଁ ରଖିଦିଅନ୍ତୁ , ପୋକ ବାହାରିଗଲା ପରେ ଚାଉଳକୁ ଭଲରେ ୪ ରୁ ୫ ଥର ଧୋଇଦେଲେ ଖାଦ୍ୟଉପଯୋଗୀ ହୋଇଯିବ ।
Photo Credit : google
{{ primary_category.name }}
{{title}}
By {{ contributors.0.name }}
& {{ contributors.1.name }}
Read Next