କେମିତି ଚିହ୍ନିବେ ଭେଜାଲ୍ ମସଲା ?
Photo Credit : Kanak News
ଖାଦ୍ୟର ସ୍ୱାଦକୁ ବଢାଉଥିବା ହଳଦୀ ଗୁଣ୍ଡ ବାସ୍ନା ହିଁ ତାର ପରିଚୟ । ଘରେ ଯଦି ହଳଦୀ ଗୁଣ୍ଡ ଯାଞ୍ଚ୍ କରିବାକୁ ଚାହୁଁଛନ୍ତି ଅଳ୍ପ ଗୁଣ୍ଡ ନେଇ ସେଥିରେ ଟିକେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାନ୍ତୁ । ଗୁଣ୍ଡ ଯଦି ଗୋଲାପୀ , ବାଇଗଣୀ କିମ୍ବା ନୀଳ ରଙ୍ଗ ହେବ ଜାଣିବେ ଭେଜାଲ୍ ଜାଲରେ ଆପଣ ଫସିଛନ୍ତି । ଗୋଟିଏ ଗ୍ଲାସ୍ ପାଣିରେ ହଳଦୀ ଗୁଣ୍ଡ ପକାନ୍ତୁ । ପାଣି ହଳଦିଆ ରଙ୍ଗ ହୋଇ ଗୁଣ୍ଡ ତଳକୁ ଗଲେ ଜାଣିବେ ଅସଲି , ତୁରନ୍ତ ଗୋଳେଇ ହେଲେ ଜାଣିବେ ଭେଜାଲ୍ ।
Photo Credit : Kanak News
ବାସ୍ନାରେ ନମ୍ବର ୧ ଧନିଆଁ ଗୁଣ୍ଡ , ବାସ୍ନାରୁ ହିଁ ଅଧା ଜାଣିଦେବେ ଯେ ଏହା ଅସଲି ନା ଭେଜାଲ୍ । ଯଦି ଧନିଆଁରେ ସେତେ ଭଲ ବାସ୍ନା ଆସୁନଥିବ ଜାଣିଦେବେ ୧୦୦ % ଭେଜାଲ୍ ଅଛି । ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ ଧନିଆ ଗୁଣ୍ଡ ପକାଇ ଅଧଘଣ୍ଟା ପାଇଁ ଛାଡ଼ିଦିଅନ୍ତୁ । ଯଦି ଧନିଆଁ ଗୁଣ୍ଡ ଉପରେ ଭାସିଲା ଭେଜାଲ୍ , ପାଣିରେ ଗୋଳେଇଗଲେ ଶୁଦ୍ଧ ।
Photo Credit : Kanak News
ସବୁ ତ ଭେଜାଲ୍ , ଲଙ୍କାଗୁଣ୍ଡ କାହିଁକି ପଛରେ ପଡ଼ିବ । ଲଙ୍କାଗୁଣ୍ଡର ଶୁଦ୍ଧତା ଯାଞ୍ଚ୍ କରିବାକୁ ବି ଗ୍ଲାସ୍ ପାଣିରେ ଗୁଣ୍ଡ ପକାନ୍ତୁ । ପାଣି ଉପରେ ଗୁଣ୍ଡ ଭାସିଲେ ଅଶୁଦ୍ଧ , ଭିତରେ ଗୋଳେଇଗଲେ ଶୁଦ୍ଧ । ଲଙ୍କାଗୁଣ୍ଡକୁ ଆହୁରି ନାଲି କରିବାକୁ ଲାଲ୍ ପାଉଡରର ବ୍ୟବହାର କରାଯାଇଥାଏ ।
Photo Credit : Kanak News
ବଜାରରେ କେସର କେତେ ମହଙ୍ଗା ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ୟବସାୟୀ କମ୍ ଦାମରେ ନକଲି କେସର ଧରାଇ ଗ୍ରାହକଙ୍କୁ ଭୂଆଁ ବୁଲାଇଦିଅନ୍ତୁ । ଏମିତି ସ୍ଥିତିରେ କେସରକୁ ଭାଙ୍ଗି ଏହାର ଶୁଦ୍ଧତା ଆପଣ ଜାଣିପାରିବେ । ଆପଣଙ୍କୁ କହିରଖୁଛୁ ଅସଲି କେସର କେବେ ଶୀଘ୍ର ଭାଙ୍ଗିବ ନାହିଁ । ପାଣିରେ ପକାଇଲା ପରେ ସମ୍ପୁର୍ଣ୍ଣ ନମିଳିଲା ପର୍ଯ୍ୟନ୍ତ ରଙ୍ଗ ଛାଡ଼ୁଥିବ ।
Photo Credit : Kanak News
ଜିରାରେ ଅନ୍ୟ ଦାନାର କଲର୍ କୋଟିଙ୍ଗ୍ କରି ବ୍ୟବସାୟୀ ବିକ୍ରି କରିଦେଉଛନ୍ତି । ଏମିତିରେ ଘରକୁ ଜିରା ଆଣିଲା ପରେ ହାତରେ ଟିକେ ଜିରା ନେଇ ରଗଡି ଦିଅନ୍ତୁ । ହାତରେ ରଙ୍ଗ ଲାଗିଗଲେ ଭେଜାଲ୍ ବୋଲି ଜାଣିବେ । ସରଳ ଉପାୟ ଆପଣାନ୍ତୁ ଭେଜାଲ୍ ଖାଇବାରୁ ବଞ୍ଚନ୍ତୁ ।।
Photo Credit : Kanak News
{{ primary_category.name }}
{{title}}
By {{ contributors.0.name }}
ଏବଂ {{ contributors.1.name }}
Read Next