ଚାଷୀଙ୍କୁ ମୋଦୀ ପଠାଇବେ ଟଙ୍କା । ପିଏମ୍ କିଷାନରେ ଚାଷୀଙ୍କୁ ମିଳିବ ୨୦୦୦ । ସାମ୍ନାକୁ ଆସିଲା ଟଙ୍କା ପଠାଇବାର ତାରିଖ

ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ପାଇଁ ଆସିଛି ବଡ ଖବର । ଆସନ୍ତା ଅକ୍ଟୋବର ମାସରେ ଚାଷୀଙ୍କୁ ଟଙ୍କା ପଠାଇବେ ମୋଦୀ ସରକାର । ଯାହାର ତାରିଖ ଏବେ ସାମ୍ନାକୁ ଆସିଛି । ଏପର୍ୟ୍ୟନ୍ତ ମୋଦୀ ସରକାର ପିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କୁ ୧୭ଟି କିସ୍ତି ପଠାଇସାରିଛନ୍ତି । ଆଉ ଏବେ ୧୮ ତମ କିସ୍ତି ଦେବାକୁ ତାରିଖ ଘୋଷଣା କରାଯାଇଛି ।

ଆସନ୍ତା ଅକ୍ଟୋବର ମାସର ୫ ତାରିଖରେ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଆଗାମୀ କିସ୍ତି ଟଙ୍କା ପଠାଇବେ ମୋଦୀ ସରକାର । ଏହି କିସ୍ତିରେ ଚାଷୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିବାକୁ ଥିବାବେଳେ, ରାଜ୍ୟ ସହିତ ଦେଶର ଲକ୍ଷାଧିକ ଚାଷୀ ଏଥିରେ ଉପକୃତ ହେବେ । ତେବେ ଏହା ପୂର୍ବରୁ ଜୁନ୍ ୧୮ ତାରିଖରେ ପୂର୍ବ କିସ୍ତି ଟଙ୍କା ମିଳିଥିବାବେଳେ, ଆସନ୍ତା ମାସ ୫ ତାରିଖରେ ମିଳିବ ନୂଆ କିସ୍ତି ଟଙ୍କା ।

ପିଏମ୍ କିଷାନ ହେଉଛି ମୋଦୀ ସରକାରର ଏକ ଲୋକପ୍ରିୟ ଯୋଜନା । ଯେଉଁଥିରେ ସରକାର ଚାଷୀମାନଙ୍କୁ ସହାୟତା ପୂର୍ବକ ସିଧା ଆକାଉଣ୍ଟକୁ ଟଙ୍କା ପଠାଇଥାଆନ୍ତି । ଏହି ଯୋଜନାରେ ମୋଦୀ ସରକାର ବର୍ଷକୁ ଚାଷୀମାନଙ୍କୁ ୬ ହଜାର ଟଙ୍କା ଦେଇଥାନ୍ତି । ଯାହାକି ୩ଟି କିସ୍ତିରେ ମିଳିବା ସହିତ, ପ୍ରତି କିସ୍ତିରେ ଚାଷୀଙ୍କୁ ମିଳିଥାଏ ୨ ହଜାର ଟଙ୍କା । ସିଧାସଳଖ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହେଇଥାଏ । ଆଉ ଏହାର ଲାଭ ସିଧାସଳଖ ଉଠାଇପାରନ୍ତି ଏ ଦେଶର ଚାଷୀ ଭାଇ ।

ପିଏମ୍ କିଷାନ ପାଇବାକୁ କଣ କରିବାକୁ ପଡିବ? •ପିଏମ୍ କିଷାନ ପାଇଁ ପଞ୍ଜୀକୃତ ହେଇଥିବା ଚାଷୀମାନଙ୍କ ପାଇଁ ଇ-କେଓ୍ୱାଇସି ବାଧ୍ୟତାମୂଳକ କରାଯାଇଛି •ଏଥିପାଇଁ ଆପଣଙ୍କୁ ପ୍ରଥମେ ପିଏମ କିଷାନର ଅଫିସିଆଲ୍ ଓ୍ୱେବସାଇଟ୍ pm kisan.gov.in କୁ ଯିବାକୁ ପଡିବ •ଏହାପରେ ସେଠାରେ ‘ଫାର୍ମର କର୍ଣ୍ଣର’ ସେକ୍ସନକୁ ଯାଇ ସେଠାରେ ଇ-କେଓ୍ୱାଇସି ଅପ୍ସନରେ କ୍ଲିକ୍ କରନ୍ତୁ •ସେଠାରେ ଆପଣଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ •ଏହାପରେ ସେଠାରେ ସର୍ଚ୍ଚ ବଟନରେ କ୍ଲିକ୍ କରନ୍ତୁ •ଏହାପରେ ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପି ଭରନ୍ତୁ •ଇ-କେଓ୍ୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେଲେ ସେଠାରେ ‘ସବମିଟ୍’ ଅପ୍ସନରେ କ୍ଲିକ୍ କରନ୍ତୁ

ଇ-କେଓ୍ୱାଇସି ପ୍ରକ୍ରିୟା ପୂରା କରିବା ପରେ, ଆପଣ ପିଏମ୍ କିଷାନ ଯୋଜନାର ଲାଭ ଉଠାଇପାରିବେ । ତେବେ ସମୟ ପୂର୍ବରୁ ଆପଣ ଏହି ଇ-କେଓ୍ୱାଇସି ପ୍ରକ୍ରିୟା ପୂରା କରିଦିଅନ୍ତୁ । ଆଉ ପିଏମ୍ କିଷାନ ଯୋଜନାର ଲାଭ ଉଠାନ୍ତୁ ।