କନକ ବ୍ୟୁରୋ : ଏପ୍ରିଲ ମାସରେ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ଏପ୍ରିଲ ୨୧ ତାରିଖରେ ଏହି ଜନଶୁଣାଣି ହେବ । ଏଥିରେ ୧୦ରୁ ଅଧିକ ମନ୍ତ୍ରୀ ସାମିଲ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ଶୁଣାଣି ଶିବିରରେ ପଶ୍ଚିମ ଓଡିଶାର ପ୍ରଶାସନିକ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ପଶ୍ଚିମ ଓଡିଶାର ଜନସାଧାରଣ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଅଭିଯୋଗ ଜଣାଇ ପାରିବେ । ସମ୍ବଲପୁର ପରେ ବ୍ରହ୍ମପୁରରେ ଅଭିଯୋଗ ଶୁଣାଣି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।