କନକ ବ୍ୟୁରୋ : ଭୁବନେଶ୍ବରରେ ଏକ ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ପଟିଆ ସ୍ଥିତ ଏକ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀଙ୍କ ନାଁ କଲ୍ୟାଣୀ ସାହୁ, ଘର କଟକ ଜିଲ୍ଲା ସାଲେପୁର ଅଂଚଳରେ । ସେ ଯୁକ୍ତ ୨ ବିଜ୍ଞାନରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ତେବେ ମୃତ୍ୟୁର କାରଣ ନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାତ୍ରାଧିକ ଚାପ ପାଇଁ ଝିଅ ଡିପ୍ରେସନରେ ଥିବା ପରିବାର ଲୋକ କହିଛନ୍ତି। ଏହା ସହ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି ହୋଇଛି ।