କନକ ବ୍ୟୁରୋ : ଚାନ୍ଦା ନଦେବାରୁ ଭାଙ୍ଗିଦେଲେ ପାଚେରି । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଭୋଟପଡ଼ା ଗାଁରେ ଏହି ଘଟଣା ଘଟିଛି । ଭୋଟପଡ଼ା ଗାଁରେ ଗଜଲକ୍ଷ୍ମୀ ପୂଜା ପାଇଁ ଜଣେ ଗ୍ୟାସ୍ କମ୍ପାନୀ ମାଲିକଙ୍କୁ ୫୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ପରେ ସଞ୍ଜୟ ନାୟକ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । କେହି ଚାନ୍ଦା ନଦେବାରୁ ପୂଜା କମିଟି ସଦସ୍ୟ ଏକାଠି ହୋଇ ଜେସିବି ଲଗାଇ ଘରର ପାଚେରି ଭାଙ୍ଗି ଦେଇଥିଲେ । ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ। ପାଚେରି ଭଙ୍ଗାରେ ବ୍ୟବହୃତ ଜେସିବିକୁ ପୋଲିସ ଜବତ କରିଛି ।