କନକ ବ୍ୟୁରୋ : ରାୟଗଡ଼ା ପୋଲିସକୁ ମିଳିଲା ସଫଳତା । ୨୦ ଦିନ ପରେ ୪ କେଜି ୨୦୦ ଗ୍ରାମ ରୂପା ଅଳଙ୍କାର ସହ ଏକ ଆପଚି ବାଇକ ଜବତ କରାଯାଇଛି । ଏବଂ ଚୋରି ଘଟଣାରେ ଜଡିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତ ଅକ୍ଟୋବର ୭ ତାରିଖ ଦିନ ମୁନିଗୁଡା ଖମଣସାହି ବାସିନ୍ଦା ଗୌରୀ ସାହୁ ରୂପା ବିକ୍ରି କରିବାକୁ ଭୁରୁଷିଖମାର ଗାଁକୁ ଯାଇଥିଲେ । ଏହି ସମୟରେ ୨ଜଣ ଦୁର୍ବୁତ୍ତ ବାଇକ ରେ ଆସି ତାଙ୍କ ରୁପା ବକ୍ସଟିକୁ ନେଇ ମୁନିଗୁଡା ଆଡକୁ ଦ୍ରୁତ ଗତିରେ ଚାଲି ଯାଇଥିଲେ । ଏହା ପରେ ରୁପା ବ୍ୟବସାୟୀ ଜଣକ ପୋଲିସ ପାଖେ ଅଭିଯୋଗ କରିଥିଲେ ।
ମୁନିଗୁଡା ଥାନା ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଆସିକା ପୋଲିସ ସହାୟତାରେ ଆସିକା ଥାନା ଅଞ୍ଚଳର ଆଡୁ କାନ୍ଦୁଲୁଓ ଆର୍ ସୁରେନ୍ଦ୍ର ରେଡିଙ୍କୁ ଗିରଫ କରିଛି । ମୁନିଗୁଡା ଏସଡିପିଓ ଗିରଫ ୨ଜଣଙ୍କ ମଧ୍ୟରେ ଜଣେ ଚୋର ଓ ଅନ୍ୟ ଜଣେ ଚୋରି ଜିନିଷ କିଣାଳି ରହିଥିବା ସୂଚନା ଦେଇଛନ୍ତି ।