ପରାଜୟ ପରେ ବଦଳିଲା ଭାରତୀୟ ଟିମ୍, ଦଳରୁ ବାଦ ପଡିଲେ ଦ୍ରୁତ ବୋଲର ହର୍ଷିତ ରାଣା

ହର୍ଷିତଙ୍କ ବଦଳରେ ଦଳରେ କାହାକୁ ମିଳିବ ସୁଯୋଗ, ତାହା ଉପରେ ସମସ୍ତଙ୍କ ନଜର ।

ପରାଜୟର ପୋଷ୍ଟମର୍ଟମ

ପରାଜୟର ପୋଷ୍ଟମର୍ଟମ Photograph: (Google)

କନକ ବ୍ୟୁରୋ:  ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଥିଲା । କିନ୍ତୁ ବର୍ମିହାମ୍‌ରେ ହେବାକୁ ଥିବା ଆଗାମୀ ଟେଷ୍ଟ ପୂର୍ବରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ଏହି ଖେଳାଳିଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ।

ସୂଚନା ଅନୁଯାୟୀ, ହର୍ଷିତଙ୍କ ନାମ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହା ଟିମ୍ ମ୍ୟାନେଜମେଣ୍ଟର ଏକ ରଣନୀତିକ ନିଷ୍ପତ୍ତି ବୋଲି କୁହାଯାଉଛି । ଦଳର ବୋଲିଂ ଆକ୍ରମଣକୁ ଶକ୍ତିଶାଳୀ କରିବା ପାଇଁ ହର୍ଷିତ ରାଣାଙ୍କୁ ପ୍ରଥମ ଟେଷ୍ଟରେ ସାମିଲ କରାଯାଇଥିଲା । ତାଙ୍କର ଦମ୍‌ଦାର ପ୍ରଦର୍ଶନ ଘରୋଇ କ୍ରିକେଟ୍‌ରେ ତାଙ୍କୁ ଏହି ସୁଯୋଗ ଦେଇଥିଲା । ବର୍ମିଂହାମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ନୂଆ ରଣନୀତି ସହ ପ୍ରସ୍ତୁତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe