ଯୌତୁକରେ କୁଲର ଫ୍ରିଜ୍ ମିଳିଲାନି; ରାଗରେ ସ୍ତ୍ରୀ ଚୁଟି କାଟିଦେଲା ସ୍ବାମୀ

ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । କାରଣ କ’ଣ? ଯୌତୁକ ପାଇଁ ରାଗିଯାଇ ସ୍ତ୍ରୀଙ୍କ ଚୁଟି କାଟିଦେଲେ ।

AI Photo

AI Photo Photograph: (KanakNews)

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । କାରଣ କ’ଣ? ଯୌତୁକ ପାଇଁ ରାଗିଯାଇ ସ୍ତ୍ରୀଙ୍କ ଚୁଟି କାଟିଦେଲେ । ଏହାକୁ ନେଇ ଝିଅର ବାପାଘର ଲୋକେ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିବା ସହ ଯୁବକଙ୍କୁ ଗିରଫ କରି ଜେରା କରିଛି ।

ପୀଡିତାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅକୁ ବାହା ଦେବାର ମାତ୍ର ବର୍ଷେ ହୋଇଛି । ବାହାଘରର ମାତ୍ର କେଇଦିନରେ ଫ୍ରିଜ୍ ଓ କୁଲର ପାଇଁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । କିଛି ଦିନ ତଳେ ଏହାକୁ ନେଇ ଜ୍ବାଇଁ ରାଗିଯାଇଥିଲେ  ଏବଂ ରାଗରେ ଝିଅର ଚୁଟି କାଟିପକାଇଥିଲେ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜ୍ବାଇଁ ଘର ଲୋକ । ସ୍ତ୍ରୀ ପାର୍ଲର ଯାଉଥିବାରୁ ରାଗରେ ସେ ଏଭଳି କରିଥିବା ସଫେଇ ଦେଇଛନ୍ତି ଅଭିଯୁକ୍ତ ସ୍ବାମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe