ଥାନାରେ ବନ୍ଧା ପଡ଼ିଛି ଛେଳି ; ଜୁଆ ଖେଳରେ ବାଜି ଲାଗିଥିଲା ଛେଳି

ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ଅଟକ । ମାଲାକାନାଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ ଜୁଆ ଆଡ୍ଡାରେ ଚଢ଼ାଉ କରି ଛେଳି ଜବତ ।

Malkangiri*

Malkangiri* Photograph: (KanakNews)

କନକ ବ୍ୟୁରୋ: ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି  ମାଲକାନାଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଚଢ଼ାଉ କରିଥିଲା ମାଲାକନଗିରି ପୁଲିସ । ମାଲକାନାଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିବାବେଳେ ପୁଲିସକୁ ଦେଖି ଲୋକେ ଦୌଡ଼ି ପଳାଇଥିଲେ । ତେବେ ରୋଚକ କଥା ହେଉଛି ୨୦ ହଜାର ଟଙ୍କା ବିନିମୟରେ ଛେଳିକୁ ବାଜିରେ ଲଗାଯାଇଥିବା ବେଳେ ଛେଳିଟିକୁ ଜବତ କରି ପୁଲିସ  ଥାନାକୁ ଆଣିଛି । ଏଥିସହ ଜୁଆ ଆଡ୍ଡାରୁ ପ୍ରାୟ ୮ଟି ମୋଟର ସାଇକଲ, ଜେନେରେଟର, ମାଇକ୍ ସେଟ୍ ଆଦି ଜବତ କରିଛି ମାଲକାନଗିରି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe