IPL ବେଳେ ସିନିୟର ଖେଳାଳି ନେଉଛନ୍ତି ଅବସର : ରୋ-କୋଙ୍କ ପରେ ଦିନିକିଆ ଛାଡ଼ିଲେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ କ୍ଲାସେନ୍

ଆଇପିଏଲ୍ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କିଛି କିମ୍ବଦନ୍ତୀଙ୍କ ଅବସର ବେଶ ଚର୍ଚ୍ଚାରେ । କିଛି ଦିନ ତଳେ ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ନେଇଥିଲେ ସନ୍ନ୍ୟାସ ।

ଅଦ୍ୟତନ ହୋଇଛି
IPL Retirement

IPL Retirement Photograph: (Kanak News)

କନକ ବ୍ୟୁରୋ : ଏବେ ସବୁଠି ଆଇପିଏଲକୁ ନେଇ ଚର୍ଚ୍ଚା । ଆଇପିଏଲ୍ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କିଛି କିମ୍ବଦନ୍ତୀଙ୍କ ଅବସର ବେଶ ଚର୍ଚ୍ଚାରେ । କିଛି ଦିନ ତଳେ ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ୍ କ୍ରିକେଟରୁ ନେଇଥିଲେ ସନ୍ନ୍ୟାସ । ଏବେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଦକ୍ଷିଣ ଆଫ୍ରିକାର ହେନରିକ୍ କ୍ଲାସେନ୍ ଦିନିକିଆକୁ କହିଛନ୍ତି ଅଲବିଦା । ସେହିପରି ମାର୍ଚ୍ଚରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଷ୍ଟିଭ୍ ସ୍ମିଥ୍ ମଧ୍ୟ ଦିନିକିଆ କ୍ରିକେଟ୍ ଛାଡ଼ିଥିଲେ । ବଡ଼ କଥା ହେଉଛି, ଏ ସମସ୍ତ କ୍ରିକେଟର ଆଇପିଏଲ୍ ସମୟରେ ଅବସର ନେଇଛନ୍ତି । ତେବେ କାହିଁକି ଆଇପିଏଲ୍‌ ବେଳେ ବଡ଼ ନିଷ୍ପତ୍ତି ନେଉଛନ୍ତି କ୍ରିକେଟର । ଏବେ ଏହା ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe