କନକ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡିରେ ପୁଣି ଫୁଟିଲା ବୋମା , ଅଶାନ୍ତ ହୋଇପଡିଛି ସ୍ଥାନୀୟ ଅଞ୍ଚଳ । ଦୀପାବଳିରେ ବିଳମ୍ବିତ ରାତିରେ ଦିଗପହଣ୍ଡି କେନାଲ ସାହିରେ ଦୃର୍ବୃତ୍ତ ମାନେ ରାଜେନ୍ଦ୍ର ସେଠୀଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । କିଏ ଓ କାହିଁକି ବୋମା ମାଡ଼ କରିଛି କାରଣ ଜଣାପଡିନାହିଁ । କିନ୍ତୁ ପୋଲିସର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା । ୫ ଦିନ ତଳେ ଦିଗପହଣ୍ଡିର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା । ଆଜି ପୁଣି ବୋମା ଫୁଟିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।