ଅପରାଧିଙ୍କ ଚରାଭୂଇଁ ପାଲଟିଛି ଗଞ୍ଜାମ୍‌, ବେଫିକର ବିନ୍‌ଦାସ୍‌ ବୁଲୁଛନ୍ତି ଅପରାଧୀ

କଥା କଥା କେ ଫୁଟୁଛି ଗୁଳି । ନିଇତି ଘଟୁଛି ହତ୍ୟା, ଛିନତାଇ, ଦୁଷ୍କର୍ମ ।

କ୍ରାଇମ୍‌ କ୍ୟାପିଟାଲ୍‌ ‘ଗଞ୍ଜାମ’

କ୍ରାଇମ୍‌ କ୍ୟାପିଟାଲ୍‌ ‘ଗଞ୍ଜାମ’ Photograph: (KanakNews)

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆପରାଧିକ କାର୍ଯ୍ୟକଳାପର ହବ୍‌ ପାଲଟିଛି । କଥା କଥାକେ ଫୁଟୁଛି ବନ୍ଧୁକ। ରାତି ତ’ ଛାଡ଼ ଦିନରେ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି ଲୋକେ । ଆସିକା ଥାନା ଅନ୍ତର୍ଗତ ନୂଆପଲ୍ଲୀ ଓ ଋଷିପୁର ଗାଁର ମଝାମଝି ସ୍ଥାନରେ ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ୩ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପାଇଁ ସାରା ବିଶ୍ୱରେ ନିନ୍ଦିତ ଓଡ଼ିଶା । ସେହିପରି ପୋଲସରାରେ ଗୁଡ଼ୁ ହତ୍ୟା, ବ୍ରହ୍ମପୁରର ଲଜ୍‌ରେ ଯୁବତୀଙ୍କୁ ହତ୍ୟା, ପାଟପୁର ଥାନା ଅଧୀନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ! ଏମିତି ଅପରାଧର ଏ ତାଲିକା ବେଶ୍‌ ଲମ୍ବା ।  

୨ଟି ପୁଲିସ ଜିଲ୍ଲାରେ ବିଭକ୍ତ ଗଞ୍ଜାମ । ଗୋଟିଏ ଗଞ୍ଜାମ ପୁଲିସ ଜିଲ୍ଲା, ଅନ୍ୟଟି ବ୍ରହ୍ମପୁର ପୁଲିସ ଜିଲ୍ଲା । ୨ ଏସ୍‌ପିଙ୍କ ଅଧୀନରେ ରହିଛି ଅନେକ ଥାନା ଓ ଫାଣ୍ଡି । ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାରଣାସ୍ତ୍ର ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରୁଛି । ତଥାପି ଆପରାଧିକ କାର୍ଯ୍ୟକଳାପରେ ବିରାମ ଲାଗିପାରୁନାହିଁ । ସତେ ଯେମିତି ଅପରାଧୀଙ୍କର ଆଇନ୍‌ କି ପୁଲିସକୁ ଭୟ ନାହିଁ ।  ଗଞ୍ଜାମରେ ବଢ଼ୁଥିବା ଅପରାଧ ଜିଲ୍ଲାର ସୁରକ୍ଷା ଦିଗରେ ଏକ ଚେତାବନୀ ସୃଷ୍ଟି ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe