ଓଡ଼ିଶା ଐତିହ୍ୟ ପ୍ରଶଂସାରେ ଗଦଗଦ ମୋଦୀ । ଭୁବନେଶ୍ବର ମାଟିରୁ ବିଶ୍ବକୁ ଦେଲେ ଆହ୍ବାନ । ଯୁଦ୍ଧରେ ନୁହେଁ ବୁଦ୍ଧରେ ହିଁ ରହିଛି ଭବିଷ୍ୟତ

Advertisment

ପ୍ରବାସୀଙ୍କ ଗହଳିରେ କମ୍ପିଛି ଭୁବନେଶ୍ୱରର ଜନତା ମଇଦାନ । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଐତିହ୍ୟ ଗାଥା କହିବା ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ବିଶ୍ୱ ଯୁଦ୍ଧରେ ନୁହେଁ ବୁଦ୍ଧରେ ବିଶ୍ବାସ କରେ

ପ୍ରବାସୀଙ୍କ ଗହଳିରେ କମ୍ପିଛି ଭୁବନେଶ୍ୱରର ଜନତା ମଇଦାନ । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଐତିହ୍ୟ ଗାଥା କହିବା ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ବିଶ୍ୱ ଯୁଦ୍ଧରେ ନୁହେଁ ବୁଦ୍ଧରେ ବିଶ୍ବାସ କରେ

‘ଯୁଦ୍ଧ’ ନୁହେଁ ‘ବୁଦ୍ଧ’ରେ ଭବିଷ୍ୟତ

‘ଯୁଦ୍ଧ’ ନୁହେଁ ‘ବୁଦ୍ଧ’ରେ ଭବିଷ୍ୟତ Photograph: (KanakNews )

କନକ ବ୍ୟୁରୋ: ପ୍ରବାସୀଙ୍କ ଗହଳିରେ କମ୍ପିଛି ଭୁବନେଶ୍ୱରର ଜନତା ମଇଦାନ । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଐତିହ୍ୟ ଗାଥା କହିବା ସହ ଶାନ୍ତିର ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ବିଶ୍ୱ ଯୁଦ୍ଧରେ ନୁହେଁ ବୁଦ୍ଧରେ ବିଶ୍ବାସ କରେ । ଏହାଛଡା ପ୍ରବାସୀଙ୍କୁ ଭାରତ ଓ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।  

  • ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
  • ମୋଦିଙ୍କ ମୁହଁରେ ଓଡ଼ିଶାର ଐତିହ୍ୟ 

ଭୁବନେଶ୍ବର ଜନତା ମୈଦାନରେ ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କରି, ପୁଞ୍ଜିନିବେଶ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନିଜ ଭାଷଣରେ ଓଡ଼ିଶାର ଐତିହ୍ୟକୁ ବ୍ୟାଖ୍ୟା କରିବାକୁ ଭୁଲିନାହାନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ଓଡିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିରି, ଉଦୟଗିରି ଓ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମ୍ରାଟ ଅଶୋକଙ୍କ ସମୟର ଓଡ଼ିଶା କଥା କହି ଯୁଦ୍ଧ ଲଢୁଥିବା ଦେଶଗୁଡିକୁ ଶାନ୍ତି ପାଇଁ ଅପିଲ କରିଛନ୍ତି । କହିଛନ୍ତି, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି। ପ୍ରବାସୀ ଅନ୍ୟ ଦେଶ ସହ ଭାରତରେ ନିବେଶ କରୁଛନ୍ତି। ଭାରତର ପ୍ରକୃତ ଇତିହାସକୁ ବିଦେଶରେ ପହଞ୍ଚାଇବା ପାଇଁ ପ୍ରବାସୀଙ୍କୁ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। 

ପ୍ରବାସୀ ଭାରତୀୟ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୯ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ। ଆଉ ସମସ୍ତେ  ପ୍ରବାସୀଙ୍କୁ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ଦାବିକୁ ମୋଦୀ ସାଙ୍ଗେ ସାଙ୍ଗେ ପୂରଣ କରିଦେଉଛନ୍ତି। ଓଡ଼ିଶାକୁ ଅର୍ଥନୀତି ଓ ଶିଳ୍ପ କ୍ଷେତ୍ରରେ ଆଗକୁ ନେବା ରାସ୍ତାରେ କାମ ଆରମ୍ଭ କରିଛୁ। ସମ୍ମିଳନୀକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ସମ୍ବୋଧିତ କରି ଓଡ଼ିଶାରେ ଏଭଳି ବିଶ୍ବସ୍ତରୀୟ ଆୟୋଜନକୁ ପ୍ରଂଶସା କରିଛନ୍ତି। 

ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ପରେ ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ନେଇ ଅନେକ ସେସନ ଆୟୋଜିତ ହୋଇଛି। ବିଶେଷ କରି ଆଇଟି, ଶିଳ୍ପ, ଖଣି, କୃଷି, ପେଟ୍ରୋକେମିକାଲ ଓ ପୋର୍ଟ ବେସ୍‌ଡ ଇଣ୍ଡଷ୍ଟ୍ରି ପ୍ରତିଷ୍ଠାର ସମ୍ଭାବନା ଥିବାରୁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe