ରାଷ୍ଟ୍ରୀୟ ରାଜଧାନୀରୁ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା

Advertisment

ଓଡିଶାରେ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପିର ବଡ ବିଜୟ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ବି କର୍ମୀ ଓ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

ଓଡିଶାରେ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପିର ବଡ ବିଜୟ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ବି କର୍ମୀ ଓ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

2e2e12

କନକ ବ୍ୟୁରୋ: ଓଡିଶାରେ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପିର ବଡ ବିଜୟ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ ବି କର୍ମୀ ଓ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏୟାରପୋର୍ଟରୁ ରାଜଭବନ ଓ ଦଳୀୟ କାର୍ଯ୍ୟାଳୟ ଯାଏଁ ଜନସମୁଦ୍ର ପାଲଟିଛି ଉଭୟ ରାସ୍ତା ।  

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ଆଣିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିମାନବନ୍ଦର ବାହାରେ ବିଭିନ୍ନ ପାରମ୍ପରିକ ନୃତ୍ୟ, ବାଦ୍ୟର ଆୟୋଜନ କରିଥିଲା ରାଜ୍ୟ ବିଜେପି । 

ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ବାହାରିବା ପରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ଅଭିବାଦନ ଜଣାଇଥିଲେ। ରାଜ୍ୟରେ ବିଜେପିର ବିଜୟ ପରେ ଯଦିଓ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଛନ୍ତି, ତଥାପି ମୋଦୀଙ୍କ ଝଲକ ପାଇବାକୁ ଅନାଇ ରହିଥିଲେ କର୍ମୀ ଓ ସାଧାରଣ ଲୋକ। ଯାହା ଅପେକ୍ଷାରତ ଲୋକଙ୍କ ଉତ୍ସାହରୁ ବେଶ ବାରି ହୋଇପଡୁଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଭିଡ଼ ଜମାଇଥିଲେ ସଂଖ୍ୟାଧିକ ଲୋକ। 

ବିମାନବନ୍ଦର ବାହାରେ ଏକ ସଭା ମଞ୍ଚର ଆୟୋଜନ କରିଥିଲା ବିଜେପି। ପ୍ରଧାନମନ୍ତ୍ରୀ ସିଧା ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ଏଠିରେ ପହଞ୍ଚିବା ସହ ଜନସଭାକୁ ସମ୍ୱୋଧିତ କରିଥିଲେ। ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଯାହାର ଅୟମାରମ୍ଭ ଓଡ଼ିଶାରୁ ହିଁ ହୋଇଥିଲା । 

ଜନସଭାକୁ ସମ୍ବୋଧିତ କରିବା ପରେ ରାଜଭବନକୁ ଯାଇଥିଲେ ପ୍ରଧାନମନ୍ତ୍ରୀ। ସେଠାରୁ ନିର୍ଦ୍ଧାରିତ ସମୟରେ ରାଜ୍ୟ ବିଜେପି କାର୍ୟ୍ୟାଳୟ ଅଭିମୁଖେ ବାହାରିଥିଲେ । ଏଠାରେ ପ୍ରାୟ ୨ ଘଣ୍ଟା ଧରି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରିବେ । ତେବେ ଆଲୋଚନାରେ କଣ ରହିବ ପ୍ରଧାନମନ୍ତ୍ରୀଙ୍କ ଫୋକସ ତା ଉପରେ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe