ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା ; ଜେଲ୍ ଗଲେ ୬ ଅଭିଯୁକ୍ତ

ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା । ମଧ୍ୟ ରାତ୍ରିରେ କୋର୍ଟ ଚାଲାଣ ପରେ ଜେଲ୍ ଗଲେ ୬ ଅଭିଯୁକ୍ତ । ୪ ନାବାଳକଙ୍କୁ ପଠାଗଲା ବାଳ ସୁଧାର ଗୃହ ।

Gopalpur Crime

Gopalpur Crime Photograph: (KanakNews)

କନକ ବ୍ୟୁରୋ: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ରାତ୍ରିରେ କୋର୍ଟ ଚାଲାଣ କରାଯାଇଛି । ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବାରୁ ବାଳ ସୁଧାର ଗୃହକୁ ପଠାଯାଇଛି । ଅନ୍ୟ ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା । ଏହାପରେ ଜେଲ୍ ପଠାଇ ଦେଇଛି ବ୍ରହ୍ମପୁର ପୁଲିସ । 

ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଲାଗି ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ଏହି ମାମଲାକୁ ରେଡ୍‌ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଛି । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ କରିବ । ଆଇଜି ଏସ୍‌ ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯିବ । ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe